ମର୍ମନ୍ତୁଦ ଦୁର୍ଘଟଣା ; ଗୋଟିଏ ପରିବାରର ୧୦ ମୃତ

ଆନନ୍ଦ, (ଓଡିଶା ଟାଇମ୍): ଗୁଜରାଟର ଆନନ୍ଦ ସ୍ଥିତ ତାରାପୁର ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଗୋଟିଏ ପରିବାରର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

କାରରେ ଉକ୍ତ ପରିବାରର ସଭିଏଁ ସୁରତରୁ ଭାବାନଗର ଯାଉଥିଲେ। ଇନ୍ଦ୍ରଜ ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଟ୍ରକ ସହ ଉକ୍ତ କାରର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଏହାର ଅଧିକାଂଶ ଅଂଶ ଟ୍ରକ ମଧ୍ୟକୁ ପଶି ଯାଇଥିଲା। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *