ଟେଲି ଦୁନିଆକୁ ଫେରିବେ ଆମନା ସରିଫ୍

0
72
advertisement

ଟେଲି ସିରିଏଲ୍ ‘କହିଁ ତୋ ହୋଗା’ରେ କଶିଶଙ୍କ ଭୂମିକାରେ ଥିବା ଅମାନା ସରିଫଙ୍କୁ ହୁଏତ ଦର୍ଶକ ଭୁଲି ନଥିବେ । ୨୦୧୩ରେ ପ୍ରସାରିତ ସେହି ଶୋ’ ପରଠାରୁ ଆଉ ତାଙ୍କୁ ଛୋଟ ପରଦାରେ ଦେଖିବାକୁ ମିଳିନଥିଲା । କିନ୍ତୁ ଦୀର୍ଘ ୬ବର୍ଷର ବ୍ୟବଧାନ ପରେ ଅମାନା ଏବେ ‘କସୌଟି ଜିନ୍ଦେଗୀ କି’ ମାଧ୍ୟମରେ ଦର୍ଶକଙ୍କ ପାଖକୁ ଫେରୁଛନ୍ତି । ଧାରାବାହିକର ଚର୍ଚ୍ଚିତ କେମୋଲିକାଙ୍କ ଭୂମିକା ପାଇଁ ଆମନାଙ୍କୁ ସାଇନ୍ କରାଯାଇଛି । ହିନା ଖାନ୍ ଏହି ଶୋ’ ଛାଡ଼ିବା ପରେ ଆମନାଙ୍କୁ କେମୋଲିକାଙ୍କ ରୋଲ୍ ଅଫର୍ କରାଯାଇଥିଲା । ଆମନା ମଧ୍ୟ ଏଭଳି ଏକତା କପୁରଙ୍କ ଅଫରରେ ହଁ ଭରିଥିଲେ ।

ଏ ସମ୍ପର୍କରେ ସେ କହିଛନ୍ତି ଯେ ନିଜ ବ୍ୟକ୍ତିଗତ ଜୀବନରେ ବଞ୍ଚିବା ପାଇଁ କିଛି ବ୍ରେକ୍ ଆବଶ୍ୟକ ଥିଲା । ଏଭଳି ଏକ ଲମ୍ବା ଛୁଟି ପରେ ଲଭ୍େଷ୍ଟାରୀରେ ଅଭିନୟ କରିବା ତାଙ୍କ ପାଇଁ ବେଶ୍ ସଫଳତା ଆଣିବ । ତେବେ ହିନାଙ୍କ ତୁଳନାରେ ଆମନାଙ୍କୁ କେମୋଲିକାଙ୍କ ଭୂମିକାରେ ଦର୍ଶକ କେତେଦୂର ଗ୍ରହଣ କରିପାରୁଛନ୍ତି, ତାହା କେବଳ ସମୟ ହିଁ କହିବ ।