ରାଜ୍ୟରେ ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) :  ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୯୧ କୋରୋନା ସଂକ୍ରମିତ । ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୧୪୧୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୁସ୍ଥ ହୋଇଥିବା ୯୧ ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡ଼ରୁ ୨୨, ପୁରୀରୁ ୧୬, ନୟାଗଡ଼ରୁ ୧୫, ବଲାଙ୍ଗୀରରୁ ୯, ଅନୁଗୁଳରୁ ୫, ବାଲେଶ୍ୱରରୁ ୫, ଭଦ୍ରକରୁ ୩, ସୁନ୍ଦରଗଡ଼ରୁ ୩, କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି ଓ ବରଗଡ଼ରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଜି ୧୪୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ଲଗାଇ ରାଜ୍ୟରେ ୨,୩୮୮ ରେ ପହଞ୍ଚିଲା ସଂଖ୍ୟା । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.