ଆଜି ଓଡିଶା ଆସୁଛି ୮ଟି ସ୍ୱତନ୍ତ୍ର ଟ୍ରେନ୍, ପହଞ୍ଚିବେ ୧୨ ହଜାରରୁ ଅଧିକ ପ୍ରବାସୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଓଡିଶାରେ ପହଞ୍ଚିବ ୮ଟି ପ୍ରବାସୀ ଓଡିଆଙ୍କ ସ୍ୱତନ୍ତ୍ର ଟ୍ରେନ୍। ଗତକାଲି ଓଡ଼ିଶାରେ ପହଞ୍ଚିଛି ୨ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ । ଅନ୍ୟ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶା ଅଭିମୁଖେ ଯାତ୍ରା କରିଛି । ଆଜି ଏହି ଟ୍ରେନ୍‌ ଗୁଡ଼ିକ ରାଜ୍ୟରେ ପହଞ୍ଚିବା ନେଇ ସୂଚନା ମିଳିଛି । ପୂର୍ବତଟ ରେଳପଥ ସୂଚନା ଅନୁସାରେ, ଗତକାଲି ଗୋଟିଏ ଟ୍ରେନ୍‌ ତାମିଲନାଡୁରୁ ବାଲେଶ୍ୱର ଆସିଥିବା ବେଳେ ଅନ୍ୟ ଏକ ଟ୍ରେନ୍‌ ଗୁଜୁରାଟରୁ ବାଲେଶ୍ୱରକୁ ଆସିଛି । ଏଥିରେ ପ୍ରାୟ ୩ ହଜାର ଶ୍ରମିକ ଆସିଛନ୍ତି । ସେହିପରି ସୋମବାର ବିଭିନ୍ନ ରାଜ୍ୟରୁ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶା ଅଭିମୁଖେ ଯାତ୍ରା କରିଛି । ଏହି ଟ୍ରେନ୍‌ ମଧ୍ୟରୁ ଦୁଇଟି କେରଳରୁ ଖୋର୍ଦ୍ଧା ରୋଡ୍‌ ଆସିବ । ବେଙ୍ଗାଲୁରୁରୁ ବାଲେଶ୍ୱର, ତେଲେଙ୍ଗାନାରୁ ନୂଆପଡ଼ା,ତାମିଲନାଡୁରୁ ବାଲେଶ୍ୱର, ହରିୟାଣାରୁ ବାଲେଶ୍ୱର, ତେଲେଙ୍ଗାନାରୁ ବଲାଙ୍ଗୀର ଓ ତେଲେଙ୍ଗାନାରୁ ବଲାଙ୍ଗୀର ଅଭିମୁଖେ ଆସୁଥିବା ଗୋଟିଏ ଲେଖାଏଁ ଟ୍ରେନ୍‌ ଆଜି ପହଞ୍ଚିବ । ଏଥିରେ ପାଖାପାଖି ୧୨ ହଜାର ଶ୍ରମିକ ଆସୁଛନ୍ତି ।

Leave a Reply