ଭଲ ଖବର, ରାଜ୍ୟରେ ସର୍ବାଧିକ ୮୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଏବେ ଦୈନିକ ହଜାରେରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଶ୍ଵସ୍ତିକର କଥା ସଂକ୍ରମିତଙ୍କ ସହ ତାଳ ଦେଇ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୮୬୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୬ ହଜାର ଟପି ୧୬୭୯୨କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ ଜରିଆରେ ଶନିବାର ଏହାର ସୂଚନା ଦିଆଯାଇଛି।

ଗଞ୍ଜାମରୁ ସର୍ବାଧିକ ୪୩୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ରାୟଗଡାରୁ ୧୩୭, ଖୋର୍ଦ୍ଧାରୁ ୨୮, କଟକରୁ ୨୬, ବରଗଡରୁ ୩୧ ବାଲେଶ୍ଵରରୁ ୬, ଯାଜପୁରରୁ ୧୯, ଗଜପତିରୁ ୧୪, ମୟୂରଭଞ୍ଜରୁ ୨୨, ଜଗତସିଂହପୁର ୧୨, ନୟାଗଡରୁ ୭ କରୋନା ଆକ୍ରାନ୍ତ ଆରୋଗ୍ୟ  ଲାଭ କରିଛନ୍ତି। ସମ୍ବଲପୁରରୁ ୧୪, ମାଲକାନଗିରିରୁ ୬, ବରଗଡ୩୧,  ଢେଙ୍କାନାଳ୧୦, କେନ୍ଦ୍ରାପଡା ୬, ପୁରୀ ୩ଓ ସୁନ୍ଦରଗଡ ୧୦ରୁ ଜଣେ ଲେଖାଏଁ ରୋଗୀ କରୋନାକୁ ମାତ୍‌ ଦେବାରେ ସଫଳ ହୋଇଛନ୍ତି। ବଲାଙ୍ଗିରର ୪, ଝାରସୁଗୁଡାର ୫ ଓ ସୋନପୁରରୁ ଜଣେ, ଭଦ୍ରକରୁ ୨୩, କୋରାପୁଟରୁ ୫, ବୌଦ୍ଧ ୨ ସଂକ୍ରମିତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave a Reply

Your email address will not be published.