‘୮୩’ର ଫାଷ୍ଟଲୁକ୍ ରିଲିଜ୍, ରଣବୀର ଓ କପିଲଙ୍କୁ ଚିହ୍ନିବା ହେଉଛି ମୁସ୍କିଲ୍

ରଣବୀର୍ ସିଂ ତାଙ୍କର୩୪ ତମ ଜନ୍ମଦିନ ଅବସରକୁ ଖୁବ୍ ସ୍ପେଶାଲ୍ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି । ଜନ୍ମଦିନ ଖୁସିକୁ ଦିଗୁଣା କରିବା ପାଇଁ ରଣବୀର୍ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘୮୩’ର ଫାଷ୍ଟଲୁକ୍ ତାଙ୍କ ଇନଷ୍ଟାଗ୍ରାମ୍ ଜରିଆରେ ରିଲିଜ୍ କରିଛନ୍ତି । ଏହା ସହିତ କ୍ୟାପସନ୍ ରହିଛି – ‘ମୋର ଜନ୍ମଦିନ ପାଇଁ ଆପଣମାନଙ୍କ ପାଇଁ ଆସିଛନ୍ତି ହରିୟାନାର ତୁଫାନ୍ କପିଲ୍ ଦେବ୍’ । ଏହି ଫିଲ୍ମ କ୍ରିକେଟ୍ ଇତିହାସର ସୁବର୍ଣ୍ଣଯୁଗ ୧୯୮୩ର ୱାଲର୍ଡ଼ କପର ପ୍ରତିଛବି ନେଇ ଆସିବ । ହରିୟାନାର ତୁଫାନ୍ ବୋଲାଉଥିବା କପିଲ୍ ଦେବ୍ କ୍ୟାପଟେନ୍ ଥିବା ସମୟରେ ଭାରତୀୟ କ୍ରିକେଟ୍ ଟିମ୍ ପ୍ରଥମ ଥର ପାଇଁ ୱାଲର୍ଡ଼ କପ୍ ଜିତିବାର ସୌଭାଗ୍ୟ ଲାଭ କରିଥିଲା । କାହାଣୀର ମୁଖ୍ୟ ନାୟକ କପିଲଙ୍କ ଭୂମିକାରେ ଥିବା ରଣବୀର୍ ତାଙ୍କର ଫାଷ୍ଟଲୁକ୍ ଜାରି କରିଛନ୍ତି ।

ଏହି ପୋଷ୍ଟରରେ ରଣବୀର୍ ଅବିକଳ କପିଲଙ୍କ ଭଳି ନଜର ଆସୁଛନ୍ତି । ହଠାତ୍ ତାଙ୍କୁ ଦେଖିଲେ ଚିହ୍ନିବା ମୁସ୍କିଲ୍ ହେଉଛି । ଏହି ଫଟୋ ସହିତ ରଣବୀର୍ ଫିଲ୍ମ ନିର୍ଦ୍ଦେଶକ କବୀର୍ ଖାନ୍, ଦୀପିକା ପାଦୁକୋଣ୍ ଓ ସମ୍ପୂର୍ଣ୍ଣ ଟିମକୁ ଟ୍ୟାଗ୍ କରିଛନ୍ତି । ଏକ ବିଶେଷ ଓ ଦକ୍ଷ ମେକଅପ୍ ଟିମ୍ ଦ୍ୱାରା ରଣବୀରଙ୍କ ମେକଅପ୍ କରାଯାଇଛି ଏବଂ ଏଥିରେ କପିଲ୍ ଦେବଙ୍କ ପତ୍ନୀଙ୍କ ଭୂମିକାରେ ଅଛନ୍ତି ଦୀପିକା । ବିବାହ ପରେ ପୁଣିଥରେ ଦୀପବୀରଙ୍କୁ ପରଦା ଉପରେ ଦେଖିବା ପାଇଁ ସିନେପ୍ରେମୀ ଓ ଉଭୟଙ୍କ ପ୍ରଶଂସକ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରୁଛନ୍ତି ।

Leave a Reply

Your email address will not be published.