ଆସିଲା ୮୦ ସଂକ୍ରମିତଙ୍କ ତଥ୍ୟ, ପଢନ୍ତୁ ଜିଲ୍ଲାୱାରୀ ସଂକ୍ରମିତଙ୍କ ସଂଖ୍ୟା

  • ଭୁବନେଶ୍ୱର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଛି । ତେବେ ସମସ୍ତ ୮୦ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୮୦ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯ ଜଣ, ପୁରି ଜିଲ୍ଲାରୁ ୧୭ ଜଣ , ଯାଜପୁର ଜିଲ୍ଲାରୁ ୧୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ, ନୟାଗଡ ଜିଲ୍ଲାରୁ ୫ ଜଣ, ମାଲକାନଗିରି ଜିଲ୍ଲାରୁ ୫ ଜଣ, ବାଲେଶ୍ବର ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ୪ ଜଣ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୯ ସଂକ୍ରମିତଙ୍କ ମଧ୍ୟରୁ ୧୫ ଜଣ ସୁରଟ ଏବଂ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ । ଏମାନେ ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୭ ସଂକ୍ରମିତଙ୍କ ମଧ୍ୟରୁ ୧୧ ଜଣ ଗୁଜୁରାଟ, ୪ ଜଣ ପଶ୍ଚିମବଙ୍ଗ, ଜଣେ ଆନ୍ଧ୍ରପ୍ରଦେଶ ଏବଂ ଜଣେ ତାମିଲନାଡୁରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇ ୫ ଜଣ ସଂକ୍ରମିତ ମହାରାଷ୍ଟ୍ରକୁ ଫେରିଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସେହିପରି ନୟାଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ସୁରଟ, ଦୁଇ ଜଣ ତେଲେଙ୍ଗାନା ଏବଂ ଜଣେ ପଶ୍ଚିମବଙ୍ଗରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ମାଲକାନଗିରି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ତାମିଲନାଡୁରୁ ଏବଂ ଜଣେ ତେଲେଙ୍ଗାନାରୁ ଫେରିଥିଲେ । ଏମାନେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଗୁଜୁରାଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତ ସୁରଟରୁ ଫେରିଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସେହିପରି କନ୍ଧମାଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇ ଜଣ ସଂକ୍ରମିତ ତେଲେଙ୍ଗାନାରୁ ଫେରିଥିବା ବେଳେ ଉଭୟ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଝାରସୁଗୁଡା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ବାରେଣ୍ଟାଇନ୍ ରେ ରହିଥିବା ବେଳେ ଜଣେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଜଣେ ଉତ୍ତରପ୍ରଦେଶରୁ ଫେରିଥିବା ବେଳେ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ । ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସଂସ୍ପର୍ଶରେ ଆସିଥିଲେ । ନବରଙ୍ଗପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଆନ୍ଧ୍ରପ୍ରଦେଶରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ବଲାଙ୍ଗୀରରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ତେଲେଙ୍ଗାନାରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
Advertisements

Leave a Reply

%d bloggers like this: