ରାଜ୍ୟ ପାଇଁ ଭଲ ଖବର, ରାଜ୍ୟରେ ଆଉ ୭୬ କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଭଲ ଖବର । ରାଜ୍ୟରେ ପୁଣି ୭୬ କୋରୋନା ସଂକ୍ରମଣ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି । ଆଜି ଏହି ସୁସ୍ଥଙ୍କୁ ଲଗାଇ ରାଜ୍ୟରେ ମୋଟ ୧୧୨୬ରେ ପହଞ୍ଚିଛି ସଂଖ୍ୟା ।

ସୂଚନାନୁଯାୟୀ, ରାଜ୍ୟରେ ୧୫ ଟି ଜିଲ୍ଲାରୁ ୧୧୨୬ ଜଣ ସୁସ୍ଥ ହୋଇଛନ୍ତି । ସର୍ବାଧିକ କେନ୍ଦ୍ରାପଡା ଜିଲ୍ଲାରେ ୧୭, ଗଞ୍ଜାମ ଜିଲ୍ଲାର ୧୬, ନୟାଗଡ ଜିଲ୍ଲାର ୧୧, କଳାହାଣ୍ଡି ଜିଲ୍ଲାର ୧୧, ଯାଜପୁର ଜିଲ୍ଲାର ୫, ବାଲେଶ୍ୱର ଜିଲ୍ଲାର ୩, ମୟୂରଭଞ୍ଜ ଜିଲ୍ଲାର ୩, ଅନଗୁଳ ଓ ଜଗସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଓ କଟକ, ଢେଙ୍କାନାଳ, ମାଲକାନାଗିରି, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କୋରୋନା ଆ୍ରକାନ୍ତଙ୍କ ସଂଖ୍ୟା ୧୯୪୮ ରେ ପହଞ୍ଚିଥିବା ବେଳେ ୧୧୨୬ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ୮୧୩ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚକିତ୍ସିତ ହେଉଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published.