ଆପଣଙ୍କର ୭ଟି ସମସ୍ୟା ଦୂର କରେ ଗ୍ରୀନ ଟି

(ଓଡିଶା ଟାଇମ୍) :  ସ୍ଵାସ୍ଥ୍ୟ ପାଇଁ ଗ୍ରୀନ ଟି ବେଶ୍ ଲାଭଦାୟକ। ପ୍ରତିଦିନ ଗ୍ରୀନ ଟି ସେବନ ଦ୍ଵାରା ଆପଣର ସ୍ଵାସ୍ଥ୍ୟ ଜନିତ ୭ଟି ସମସ୍ୟା ଦୂର ହୋଇଥାଏ। ତେବେ ଏହାର ଅର୍ଥ ଏହା ନୁହେଁ କି ଯେ ଆପଣ ଅତ୍ୟାଧିକ ଗ୍ରୀନ ଟି ସେବନ କରିବେ। ଏହାଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ଖରାପ ହେବାର ସମ୍ବାବନା ରହିଛି। ଏଥିପାଇଁ ଆବଶ୍ୟକ ଅନୁଯାୟୀ ଗ୍ରୀନ ଟି ସେବନ କରିବା ଉଚିତ ।
ଜାଣନ୍ତୁ ଏହାର ୭ଟି ଗୁଣ
୧-ତ୍ଵଚାରେ ଚମକ- ଗ୍ରୀନ ଟିରେ ଆଣ୍ଟି ଏଜିଙ୍ଗ୍ ତତ୍ତ୍ଵ ରହିଛି। ଏହା ଦ୍ଵାରା ଚର୍ମ କୁଞ୍ଚନ ଦୂର ହୋଇଥାଏ। ଆପଣଙ୍କ ଚେହେରାରେ ଚମକ ଆସେ।
୨-ମାନସିକ ଶାନ୍ତି- ଯଦି ଆପଣ ମାନସିକ ସ୍ତରରେ ଥକ୍କା ଅନୂଭବ କରୁଛନ୍ତି ତେବେ ଗ୍ରୀନ ଟି ଆପଣଙ୍କୁ ଆଶ୍ଵସ୍ତୀ ଦେଵ। ଏଥିରେ ଥେନାଇନ ତତ୍ତ୍ଵ ରହିଛି। ଯେଉଁଥିରେ ଏମିନୋ ଏସିଡ୍ ରହିଛି। ଏହା ଶରୀରକୁ ସତେଜ ରଖେ। ଥକ୍କାପଣ ଦୂର ରଖେ।
୩-ଦାନ୍ତ ପାଇଁ ଉପାଦେୟ- ଆଜିକାଲି ଯୁବ ଏବଂ ବୃଦ୍ଧମାନେ ପାଇରିଆ ଓ କ୍ୟାବେଟି ଭଳି ସମସ୍ୟାରେ ପୀଡିତ। ଗ୍ରୀନ ଟିରେ ଥିବା କୈଫିନ ଦାନ୍ତରେ ଥିବା କୀଟାଣୁକୁ ମାରେ। ଯାହା ଫଳରେ ଆପଣଙ୍କ ଦାନ୍ତ ସୁସ୍ଥ ରହେ।
୪-ନର୍ମାଲ ବ୍ଲଡପ୍ରେସର- ଉଚ୍ଚ ରକ୍ତଚାପ ଏବେ ଚିନ୍ତାର କାରଣ ହୋଇ ପଡିଛି। ଏହାକୁ ନର୍ମାଲ କରିବା ପାଇଁ ଗ୍ରୀନ ଟି ମୁଖ୍ୟ ଭୂମିକା ଗ୍ରହଣ କରୁଛି।
୫-କୋଲେଷ୍ଟ୍ରଲ କମାଏ- ଗ୍ରୀନ ଟି କୋଲେଷ୍ଟ୍ରଲ ଖରାପ ହ୍ରାସ କରି ଭଲ କୋଲେଷ୍ଟ୍ରଲ ବୃଦ୍ଧି କରେ। ଯଦି ଆପଣ ଅଏଲି ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କୁ ଗ୍ରୀନ ଟି ପିଇବା ଉଚିତ୍।
୬-ଡାଇବେଟିସ୍ ପାଇଁ ଲାଭଦାୟକ- ଯଦି ଆପଣଙ୍କ ଶରୀରରେ ସୁଗାର ଅଧିକ ରହିଛି ତେବେ ଗ୍ରୀନ ଟି ସେବନ ଦ୍ଵାରା ଖୁବ୍ ଲାଭ ମିଳେ। ବିଶେଷ କରି ମଧୁମେହରେ ପୀଡିତ ରୋଗୀଙ୍କୁ ଖାଦ୍ୟ ଖାଇବା ପରେ ଗ୍ରୀନ ଟି ପିଇବା ଉଚିତ୍।
୭-ଓଜନ ହ୍ରାସ କରେ- ଓଜନ ହ୍ରାସ କରିବାରେ ଗ୍ରୀନ ଟି ସହାୟକ ହୁଏ। ଏହା ଦ୍ଵାରା ଆପଣଙ୍କ ଶରୀରରେ ମେଟାବୋଲିଜମ ବଢେ। ଯାହା ଦ୍ଵାରା ପାଚନ କ୍ରିୟା ସନ୍ତୁଳିତ ହୋଇଥାଏ। ଏହାଦ୍ଵାରା ଅତିରିକ୍ତ ଓଜନ ମଧ୍ୟ ହ୍ରାସ ହୁଏ।

Leave a Reply

Your email address will not be published.