ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ । ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ । ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସହ ବିଭିନ୍ନ ପ୍ରସଙ୍ଗ ନେଇ ୫-ଟି ସଚିବ ଆଲୋଚନା କରିଛନ୍ତି । ଗସ୍ତ ସମୟରେ ୫-ଟି ସଚିବଙ୍କ ସହ ବିଏମ୍‌ସି କମିଶନର ମଧ୍ୟ ଉପସ୍ଥିତ ରହିଥିଲେ ।

ତେବେ ୫-ଟି ସଚିବଙ୍କ ଏହି ଗସ୍ତ ସମୟରେ  କ୍ୟାପିଟାଲ ହାଇସ୍କୁଲ , ଯୁନିଟ-୬, ଯୁନିଟ-୧, ଆଇଆରସି ଭିଲେଜ୍ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ସେହିପରି ୟୁନିଟ-୯ ବାଳିକା ହାଇସ୍କୁଲ ମଧ୍ୟ ପରିଦର୍ଶନ କରିଛନ୍ତି । ସ୍କୁଲ ଗସ୍ତ ସମୟରେ ଶିକ୍ଷକ ଓସ୍କୁଲ ପରିଚଳନା କମିଟି ସଦସ୍ୟମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ୫-ଟି ସଚିବ । ମୋ ସ୍କୁଲ କାର୍ଯ୍ୟକ୍ରମର ଅନୁଧ୍ୟାନ ମଧ୍ୟ କରିଛନ୍ତି ୫-ଟି ସଚିବ ।

 

Leave a Reply