୨୦୧୯ ମସିହା ସୁଦ୍ଧା ଆସିବ ୨ ଟି ନୁଆ ୫ ଜି ନେଟୱର୍କ ଥିବା ମୋବାଇଲ୍

1
144

ଭୁବନେଶ୍ୱର, (ଓଟି): ଆମେରିକାର ମୋବାଇଲ୍ ଚିପ ପ୍ରସ୍ତୁତ କରୁଥିବା କମ୍ପାନୀ କ୍ୱାଲକମ୍ ହଙ୍କଅଙ୍ଗ ଠାରେ ଆୟୋଜିତ କରିଥିଲା ୪ଜି/୫ଜି ସମିଟ ୨୦୧୮ ର ଏକ ଇଭେଣ୍ଟ । ଏହିଠାରେ କମ୍ପାନୀ ସ୍ନାପଡ୍ରାଗନ ୬୭୫ ର ଘୋଷଣା ମଧ୍ୟ କରିଥିଲା । ଏହା ଛଡ଼ା କମ୍ପାନୀ ଏହି ଇଭେଣ୍ଟ ରେ କମ୍ପାନୀ ୫ ଜି ଟେକ୍ନୋଲୋଜି ଥିବା ଫୋନ ବଜାରକୁ ଆଣିବ ବୋଲି ମଧ୍ୟ କହିଥିଲା । ଯେଉଁଥିରେ ଏଲ୍. ଏକ୍ସାସା ଇନବିଲ୍ଟ ହ୍ୟାଣ୍ଡାସଟ କିଟ ସହିତ ନୁଆ ୱାଇ ଫାଇ ୮୦୨.୧୧ ଭଳି ହାଇଫାଇ ଫିଚର୍ସ ରହିଛି ।


ଚଳିତ ବର୍ଷ ଜୁଲାଇ ମାସରେ କ୍ୱାଲକମ ତାର ଲାଟେଷ୍ଟ QTM9052 ଭର୍ଜନ ର ଘୋଷଣା କରିଥିଲା । ଯାହାକି ସମ୍ପୁର୍ଣ ଭାବରେ ୫ଜି ଏନ୍ଆର ମଡେଲ ସହିତ ଇଣ୍ଟିିଗ୍ରେଟେଡ ହୋଇ ଆସିବ । ମୋବାଇଲ ନିର୍ମାତା କମ୍ପାନୀ ମାନଙ୍କୁ ଏହି ୫ଜି ସ୍ମାର୍ଟଫୋନ ଗୁଡିକରେ ଆଣ୍ଟିନା ମଡୁଲ ଦେବାପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

କିନ୍ତୁ ଏବେ ଏହି ସମସ୍ୟାର ସମାଧାନ କରିବା ପାଇଁ କ୍ୱାଲକମ୍ ମଡ୍ୟୁଲସ୍ ଉପରେ ପୁଣି କାମକରିବା ଆରମ୍ଭ କରିଛି । ଯାହାକି ସାଇଜରେ ପୁର୍ବ ମଡ୍ୟୁଲସ୍ ଠାରୁ ୨୫ ପ୍ରତିସତ ଛୋଟ ହେବ । ଏବଂ ଏହି ଆଣ୍ଟିନା ମଡ୍ୟୁଲସ୍ ସ୍ନାପଡ୍ରାଗନ X50 5G ସହିତ କାମକରିପାରିବ ଯାହା ୨୬.୫-୨୯.୫ ଗିଗାହର୍ଜ, ୨୭.୫-୨୮.୩୫ ଗିଗାହର୍ଜ, ଏବଂ ୩୭-୪୦ ଗିଗାହର୍ଜ ଥିବା ପ୍ରେସେସରକୁ ସପୋର୍ଟ କରି କାମ କରିପାରିବ ।

ମୋବାଇଲ ସିଗନାଲରେ ମଧ୍ୟ ସୁଧାର ଆଣିବା ପାଇଁ କମ୍ପାନୀ ଗୁଡିକ ୪ଟି ମଡ୍ୟୁଲସ କୁ ଡିଭାଇସ ସହିତ ସାମିଲ କରିବାର ଯୋଜନା ରଖାଯାଇଛି । କ୍ୱାଲକମ୍ ର ପ୍ରେସିଡେଣ୍ଟ କ୍ରିଷ୍ଟିଆନୋ ଅମନ୍ ଙ୍କ କହିବା ଅନୁସାରେ ୨୦୧୯ ମସିହା ବେଳକୁ ୨ ଗୋଟି ପ୍ଲେଗଶିପ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ ୫ଜି କନେକ୍ଟିଭିଟୀ ସହିତ ଲଞ୍ଚ କରିବାର ଯୋଜନା ରହିଛି । କ୍ରିଷ୍ଟିଆନୋ ଅମନ୍ କହିଛନ୍ତି ଏହି ଦୁଇଟି ମଡେଲ ମଧ୍ୟରୁ ଗୋଟିଏ ୨୦୧୯ ର ଆରମ୍ଭରେ ଲଞ୍ଚ କରାଯିବ ଏବଂ ଅନ୍ୟଟକୁ ୨୦୧୯ ର ମଧ୍ୟ ଭାରରେ ଲଞ୍ଚ କରାଯିବାର ଯୋଜନା ରହିଛି ।

କୁଲ ୧୯ OEMs 5G ଏନାବଲ୍ଡ ସ୍ମାର୍ଟଫୋନ ଲଞ୍ଚ କରିବାପାଇଁ ତାର କାମ ଜାରିରଖିଛି । ଆହୁରି ମଧ୍ୟ ମୋଟୋରୋଲା , ଏଚ୍ଟିସି , ଏଲଜି , ଓପୋ , ଭିଭୋ , ସାଓନି ଏବଂ ନୋକିଆ ଭଳି କମ୍ପାନୀ ଗୁଡିକ ଏହି ୫ଜି ଏନାବଲ୍ଡ ସ୍ମାର୍ଟଫୋନ ପ୍ରସ୍ତୁତ କରିବାପାଇଁ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି । One Plus ପ୍ରଥମେ ଘୋଷଣା କରିଥିଲା କି ସେ ପ୍ରଥମ OEMs 5G ଏନାବଲ୍ଡ ଫୋନ ପ୍ରସ୍ତୁତକାରୀ କମ୍ପାନୀ ହେବ । କିନ୍ତୁ ସାଓନି ଏହା ପୁର୍ବରୁ ପ୍ରଥମେ Mi Mix 3 ମଡେଲ କୁ ଲଞ୍ଚ କରିବ ବୋଲି ଘୋଷଣା କରିଦେଇଛି । ଯାହାକି ୧୦ ଜିବି ରାମ ସହିତ ୫ଜି ନେଟୱର୍କକୁ ମଧ୍ୟ ସପୋର୍ଟ କରିବ । ସାମସଙ୍ଗ ଏବଂ ହୁଆଇ ଭଳି କମ୍ପାନୀ ଏହା ପୁର୍ବରୁ ୫ଜି ସ୍ମାର୍ଟଫୋନ ନିର୍ମାଣ କରିବା ପାଇର୍ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଏବେସୁଦ୍ଧା ସେମାନେ କୌଣସି ୫ଜି ର ସ୍ମାର୍ଟଫୋନ ପ୍ରସ୍ତୁତ କରିନାହାଁନ୍ତି ।

Loading...

1 COMMENT