ଖୁବଶିଘ୍ର ଲଞ୍ଚ୍‍ ହେବ ପ୍ରଥମ ୫ଜି ସ୍ମାର୍ଟଫୋନ୍‍, ୧୦ଗୁଣା ଅଧିକ ସ୍ପୀଡ୍‍

0
379

ଭୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ୨ଜି, ୩ଜି ଏବଂ ୪ଜି ସ୍ମାର୍ଟଫୋନ ପରେ ଏବେ ମୋବାଇଲ ଫୋନ୍‍ ନିର୍ମାତାମାନେ ୫ଜି ର ସ୍ମାର୍ଟଫୋନ ମୋବାଇଲ ପ୍ରସ୍ତୁତ କରିବାପାଇଁ ଉଦ୍ୟମ କରୁଛନ୍ତି। ୩ଜି ଫୋନ ଅପେକ୍ଷା ୪ଜି ଥିବା ମୋବାଇଲ ଫୋନ ବହୁତ ପରିମାଣରେ ବିକ୍ରି ହୋଇଥିଲା କାରଣ ଏହିଫୋନରେ ଇଣ୍ଟରନେଟର ସ୍ପିଡ ୩ଜି ଫୋନ ଅପେକ୍ଷା ଖୁବ ଅଧିକ ଥିଲା। ଏବେ ୪ଜି ପରେ ଯେଉଁ ୫ଜି ଫୋନ ବଜାରକୁ ଆସିବାକୁ ଯାଉଛି, ତାହାର ସ୍ପିଡ ମଧ୍ୟ ୪ଜି ଫୋନ ଠାରୁ ୧୦ ଗୁଣ ଅଧିକ ରହିବ ବୋଲି ଜଣାପଡିଛି। ଚାଇନାର ପ୍ରମୁଖ ସ୍ମାଟଫୋନ ପ୍ରସ୍ତୁତକାରୀ କମ୍ପାନୀ ସାଓନି ପ୍ରଥମକରି ପ୍ରସ୍ତୁତକରିବାକୁ ଯାଉଛି ଏମଆଇ ମିକ୍ସ ୩ (MI MIX3) ୫ଜି ଫୋନ୍। ଆଗରୁ ମୋଟୋରୋଲା ୫ଜି ସ୍ମାର୍ଟଫୋନ ପ୍ରସ୍ତୁତ କରିବା ନେଇ ଘୋଷଣା କରିଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି ୫ଜି ଫୋନ ଉପଲବ୍ଧ ହୋଇନାହିଁ।

ଚୀନ୍‍ ମୋବାଇଲ ଫୋନ୍‍ କମ୍ପାନୀ ସାଓନୀ ତା’ର ଗ୍ରାହକ ମାନଙ୍କୁ ସର୍ବଦା ଖୁସିକରିବା ପାଇଁ ନୁଆ ନୁଆ ମଡେଲରେ ବିଭିନ୍ନ ସ୍ମାର୍ଟଫୋନ ବଜାରକୁ ଛଡ଼ିଛି। କିନ୍ତୁ ଏହିସବୁ ଫୋନରେ ୩ଜି ଏବଂ ୪ଜି ହିଁ କାମ କରୁଥିଲା। କିନ୍ତୁ ଏବେ ଯେଉଁ ଫୋନ ବଜାରକୁ ସାଓନୀ କମ୍ପାନୀ ଆଣିବାକୁ ଯାଉଛି ତାହା ୫ଜି ନେଟୱର୍କକୁ ସପୋର୍ଟ କରୁଥିବା ଏକ ଫୋନ। ଏହି ୫ଜି ନେଟୱର୍କ ସପୋର୍ଟ ଫୋନ ପ୍ରସ୍ତୁତ ପାଇଁ କମ୍ପାନୀ ସମସ୍ତପ୍ରକାର ପରୀକ୍ଷା ନିରୀକ୍ଷା କରିସାରିଛି ଏବଂ ଏହାକୁ ଆସନ୍ତା ୨୦୧୯ ମସିହାର ପ୍ରଥମରେ ଲୋକମାନଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଯିବାର ଯୋଜନା ରହିଛି।

ସାଓନୀ କମ୍ପାନୀର ଏହି ଫୋନ (MI MIX3)କୁ କ୍ୱାଲକାମ ସ୍ନାପ ଡ୍ରାଗନ ୮୫୫ ଏସଓସି (SOC) ସହିତ ଲଞ୍ଚ କରିବାକୁ ଯାଉଛି। ଏହି ଓଏଏସ୍ ଥିବା ସ୍ମାର୍ଟଫୋନ ମଧ୍ୟରେ (MI MIX3୩) ପ୍ରଥମ ଫୋନ ଭାବରେ ମାର୍କେଟକୁ ଆସିବ। ସାଓନୀର ଏହି ସ୍ମାର୍ଟଫୋନରେ ଓପୋ ଫାଇଣ୍ଡ ଏକ୍ସ OPPO FIND X ରେ ଥିବା କ୍ୟାମେରା ଭଳି ହିଡେନ ଏବଂ ସ୍ଲାଇଡିଂ କ୍ୟାମେରା ରହିବ। ବ୍ୟାକ କ୍ୟାମେରା କୁ ଡୁଆଲ କ୍ୟାମେରା କରାଯାଇଥିବାବେଳେ ଫ୍ରଣ୍ଟ କ୍ୟାମେରାକୁ ମଧ୍ୟ ଡୁଆଲ କ୍ୟାମେରା କରାଯାଇଛି। ଯାହାକି ମେଲ୍ଫି ଫୋଟୋଗ୍ରାଫି ପାଇଁ ଏକ ଭଲ ଫୋନ ଭାବରେ ବ୍ୟବହାର କରାଯାଇପରିବ। ଏଥିସହିତ ଫୋନର ଲକିଂ ସିଷ୍ଟମକୁ ମଧ୍ୟ ଟିକେ ଉନ୍ନତ ଧରଣର କରାଯାଇଛି। ଫେସ୍ ରିଡିଙ୍ଗରେ ଫୋନକୁ ଲକ ଏବଂ ଅନଲକ କରାଯାଇପାରିବାର ସୁବିଧା ରହିଛି। ଏହି ଫୋନରେ ୬ ଜିବିର ରାମ ରହିଥିବା ବେଳେ ୬୪ ଜିବିର ଇଣ୍ଟରନାଲ ମେମୋରୀ ରହିବ ଆଉ ଏକ ମଡେଲରେ ୮ ଜିବି ରାମ ସହିତ ୨୫୬ ଜିମି ର ଇଣ୍ଟରନାଲ ମେମୋରୀ ରହିବାର ଜଣାପଡିଛି। ଆହୁରି ମଧ୍ୟ ଏହି ଫୋନରେ ଏମୋଲେଡ ଡିସପ୍ଲେ ରହିବ ଯାହାକି ସ୍କ୍ରାଚ୍ ପୋଟେକ୍ଟେଡ ହେବ।

୨୦୧୮ ମସିହା ଶେଷ ସୁଦ୍ଦା ୫ଜି ଫୋନ ଲଞ୍ଚ ହେବାର ସମ୍ଭାବନା ରହିଛି। କିନ୍ତୁ ଭାରତରେ ୨୦୨୦ ପର୍ଯ୍ୟନ୍ତ ବ୍ୟବହାରକାରୀ ୫ଜି ନେଟୱର୍କର ସୁବିଧା ପାଇପାରିବେ ନାହିଁ କାରଣ ଏଠାରେ ବ୍ୟବହାର ହେଉଥିବା ମୋବାଇଲ ନେଟୱର୍କ ପ୍ରେଭାଇଡର ମାନେ ତାଙ୍କର ନେଟୱର୍କକୁ ୪ଜି ପର୍ଯ୍ୟନ୍ତ ଅପଗ୍ରେଡ କରିଛନ୍ତି। ୫ଜି ନେଟୱର୍କ ଥିବା ସ୍ମାଟଫୋନ ଗୁଡିକରେ ଅପ୍ଟିକାଲ ଫାଇବର ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିପାରିବେ ବ୍ୟବହାରକାରୀ। ୪ଜି ନେଟୱର୍କ ତୁଳନାରେ ୫ଜି ନେଟୱ୍ୱର୍କରେ ଡାଉନଲୋଡ ଏବଂ ଅପଲୋଡ ର ସ୍ପିଡ ଖୁବ ଭଲ ରହିବ।

Loading...