ରାଜ୍ୟ ପାଇଁ ଭଲ ଖବର: ସୁସ୍ଥ ହେଲେ ଆଉ ୫୮୧ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଆଜି ଆଉ ୫୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୭୩ରେ ପହଁଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର ୧୬୦, ଖୋର୍ଧାର ୭୭, ଗଜପତିର ୪୩, କଟକର ୩୪, ମାଲକାନଗିରିର ୩୨, ବରଗଡର ୨୫, ଭଦ୍ରକର ୨୩, କେଉଁଝରର ୧୯, ଅନୁଗୋଳର ୧୭ ଓ କନ୍ଧମାଳର ୧୭ଜଣ ରହିଛନ୍ତି । ସେହିପରି ଜଗତସିଂପୁର ଓ ସମ୍ବଲପୁରରୁ ୧୪ ଜଣ ଲେଖାଏଁ, ମୟୂରଭଞ୍ଜରୁ ୧୨, ରାୟଗଡାରୁ ୧୨, ସୁନ୍ଦରଗଡରୁ ୧୨, ବାଲେଶ୍ୱରରୁ ୧୦, ଝାରସୁଗୁଡାରୁ ୯, କେନ୍ଦ୍ରାପଡାରୁ ୯, ପୁରୀରୁ ୯, ଢେଙ୍କାନାଳରୁ ୮ ଜଣ ସୁସ୍ଥ ହୋଇଛନ୍ତି । ଏତତ୍ ବ୍ୟତୀତ ଯାଜପୁରରୁ ୭, ବଲାଙ୍ଗୀରରୁ ୬, ବୌଦ୍ଧରୁ ୫, ଦେବଗଡରୁ ୩, ନବରଙ୍ଗପୁରରୁ ୨, କୋରାପୁଟ ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published.