ଜଣେ କିଣିଲେ ୫୩ ହଜାର ଟଙ୍କାର ମଦ, ଦୋକାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ(ଓଡ଼ିଶା ଟାଇମ୍‌): ଲକଡାଉନ୍‌ ନିୟମ କୋହଳ ହେବା ପରେ କର୍ଣ୍ଣାଟକରେ ସବୁ ମଦ ଦୋକାନ ଖୋଲିଛି। ଏପରିକି ଦିନକରେ ୪୫ କୋଟି ଟଙ୍କାର ମଦ କାରବାର କରି କର୍ଣ୍ଣାଟକ ରେକର୍ଡ ସୃଷ୍ଟି କରିଛି।  କେବଳ ସେତିକି ନୁହେଁ ଗୋଟିଏ ମଦ ଦୋକାନାରୁ ଜଣକୁ ୫୨ ହଜାର ଟଙ୍କାରୁ ଅଧିକ ମୂଲ୍ୟ ମଦ ବିକ୍ରି କରିଥିବା ନେଇ ଏକ ବିଲ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଳରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ ଲାଇସେନ୍ସ ନିୟମ ଅନୁସାରେ କୌଣସି ଖୁଚୁରା ବିକ୍ରେତାଙ୍କୁ ଗ୍ରାହକ ପିଛା ଦୈନିକ ୨.୩ ଲିଟରରୁ ଅଧିକ ମଦ ଓ ୧୮.୨ ଲିଟରରୁ ଅଧିକ ବିୟର ବିକ୍ରିର ଅନୁମତି ନାହିଁ। କିନ୍ତୁ ବେଙ୍ଗାଲୁରୁର ତାଭରେକର ମେନ୍ ରୋଡରେ ଥିବା ‘ଭାନିଲା ସ୍ପିରିଟ୍ ଜୋନ୍’ ଜଣେ ଗ୍ରାହକଙ୍କୁ ଗୋଟିଏ ବିଲ୍‌ରେ ୫୨ ହଜାର ୮୪୧ ଟଙ୍କାର ମଦ ବିକ୍ରି କରିବା ଜଣାପଡ଼ିବା ପରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ସମ୍ପୃକ୍ତ ଲିକର ସପ୍‌ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଦକ୍ଷିଣ ବେଙ୍ଗାଲୁରୁ ଡେପୁଟି ଏକ୍ସାଇଜ୍ କମିଶନର ଗିରି ଜେ. ସୂଚନା ଦେଇଛନ୍ତି। ଭାଇରାଲ୍‌ ହୋଇଥିବା ଉକ୍ତ ବିଲ୍ ଅନୁସାରେ ଜଣେ ଗ୍ରାହକଙ୍କୁ ଦୋକାନୀ ୧୭.୪ ଲିଟର ଭାରତ ପ୍ରସ୍ତୁତ ବିଦେଶୀ ମଦ ବିକ୍ରି କରିଛନ୍ତି। ସେହିପରି ତାଙ୍କୁ ୩୫.୭ ଲିଟର ବିୟର ବିକ୍ରି କରାଯାଇଛି। ଯାହା କର୍ଣ୍ଣାଟକ ଅବକାରୀ ଆଇନର ଉଲ୍ଲଂଘନ। ମାମଲାର ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଡେପୁଟି କମିଶନର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଡଲାରସ୍ କଲୋନୀ କାଉଣ୍ଟରରୁ ୯୫ ହଜାର  ୩୪୭ ଟଙ୍କାର ଆଉ ଗୋଟିଏ ବିଲ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। କିନ୍ତୁ ସେ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନି

Leave a Reply

Your email address will not be published.