ଲିଙ୍ଗରାଜ ମନ୍ଦିରରେ 5-T ସଚିବ
ଭୁବନେଶ୍ବର, (ଓଡିଶା ଟାଇମ୍) :ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ 5-T ସଚିବ । ଲିଙ୍ଗରାଜ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ୫-ଟି ସଚିବ । ଆଜି ସକାଳ ସମୟରେ ମନ୍ଦିର ପରିଦର୍ଶନ କରି ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ।
ଖବର ଅନୁଯାୟୀ, ଆଜି ସକାଳ ସମୟରେ 5-T ସଚିବ ଭି.କେ ପାଣ୍ଡିଆନ୍ ଲିଙ୍ଗରାଜ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ତେବେ 5-T ସଚିବଙ୍କ ସହ ପୂର୍ତ୍ତ ବିଭାଗ ସଚିବ କ୍ରିଶନ କୁମାର ଏବଂ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାର ଓ ବିଏମ୍ସି ତତ୍ୱାବଧାନରେ ଲିଙ୍ଗରାଜ ମନ୍ଦିର ଓ ଚତୁପାର୍ଶ୍ୱରେ ଉନ୍ନତିମୂଳକ କାମ ଜାରି ରହିଛି ।