ସୁସ୍ଥ ଶରୀର ପାଇଁ ଆବଶ୍ୟକ ଏହି ୫ଟି ଖଣିଜ : ଜାଣନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ

(ଓଡିଶା ଟାଇମ୍) :ମିନେରାଲ୍ସ ଅର୍ଥାତ୍ ଖଣିଜ ସ୍ବାସ୍ଥ୍ୟ ପାଇଁ ନିହାତି ଜରୁରୀ। ମିନେରାଲ୍ସ ହାଡ଼କୁ ମଜବୁତ କରିବାରେ,ମେଟାବଲିଜମ୍ ବଢ଼ାଇବାରେ ଏବଂ କିଛି ଏଞ୍ଜାଇମ୍ ସ୍ରାବରେ ସହାୟକ ହୋଇଥାଏ। ଏକ ସନ୍ତୁଳିତ ଆହାରରେ ଏହି ସମସ୍ତ ମିନେରାଲ୍ସକୁ ସାମିଲ କରିବା ଉଚିତ୍,ଯାହାର ଆମକୁ ଆବଶ୍ୟକତା ରହିଥାଏ,କାରଣ ଏହାର ଅଭାବରେ ଗମ୍ଭୀର ସ୍ଥିତି ଉପୁଜିଥାଏ। ଏହି ୫ଟି ଆବଶ୍ୟକୀୟ ମିନେରାଲ୍ସ ଯାହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ।

୧. ମ୍ୟାଗ୍ନେସିୟମ୍ : ମ୍ୟାଗ୍ନେସିୟମ୍ ଶରୀର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମିନେରାଲ୍ କିନ୍ତୁ ଅନେକ ଲୋକ ଏହାର ଅଭାବ ଯୋଗୁଁ ପୀଡ଼ିତ। ଏଥିପାଇଁ ସମୟ ସମୟରେ ନିଜ ମ୍ୟାଗ୍ନେସିୟମ୍ ସ୍ତରକୁ ଟ୍ରାକ୍ କରିବା ଆବଶ୍ୟକ କାରଣ ଏହା ଖାଦ୍ୟକୁ ଶକ୍ତିରେ ବଦଳାଇବା,କୋଶିକାକୁ ସଜାଡ଼ିବାରେ ଏବଂ ଆମିନୋ ଏସିଡର ଉପଯୋଗ କରି ପ୍ରୋଟିନ୍ ନିର୍ମାଣ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କଖାରୁ ମଞ୍ଜି,ଗାଢ଼ ସବୁଜ ପନିପରିବା ଏବଂ ବାଦାମରେ ମ୍ୟାଗ୍ନେସିୟମର ସ୍ରୋତ ଥାଏ। ମ୍ୟାଗ୍ନେସିୟମ୍ ଉଚ୍ଚ ରକ୍ତଚାପ,ହୃଦରୋଗ,ହାଡ଼ର ସ୍ବାସ୍ଥ୍ୟ,ଗର୍ଭାବସ୍ଥା ଏବଂ ଶ୍ବାସରୋଗ ପାଇଁ ଜରୁରୀ ଅଟେ। ଏହାର ସେବନ ଚିନ୍ତା ଏବଂ ମାନସିକ ଅବସାଦକୁ କମ୍ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

୨. ସୋଡ଼ିୟମ୍ : ଶରୀରରେ ସୋଡ଼ିୟମର ଠିକ୍ ମାତ୍ରାରେ ପହଞ୍ଚାଇବା ଅତ୍ୟନ୍ତ ଜରୁରୀ,କାରଣ ଏହାର ଅଭାବରୁ ନିମ୍ନ ରକ୍ତଚାପ ଏବଂ ଅନ୍ୟାନ୍ୟ ରୋଗ ହୋଇପାରେ। ସୋଡିୟମ୍ ଶରୀରରେ ପାଣିର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଏହା ଲୁଣରେ ଥାଏ।

୩. ପୋଟାସିୟମ୍ : ପୋଟାସିୟମ୍ ଏକ ମିନେରାଲ୍ ଯାହା ଶିରା ପ୍ରଶିରା କାମ କରିବାରେ ସହାୟକ ହୋଇଥାଏ। ଏହା ରକ୍ତଚାପକୁ ସାମାନ୍ୟ କରିଥାଏ,ପିଏଚ୍ ସନ୍ତୁଳନକୁ ବଜାୟ ରଖିବାରେ,ହୃଦ ରୋଗକୁ ରୋକିବାରେ ସହାୟକ ହୋଇଥାଏ। ପତ୍ରଯୁକ୍ତ ପରିବା,ଜାମୁକୋଳି,କଦଳୀ ଏବଂ ଖଟାଫଳ ଯେପରି କମଳା,ଅଙ୍ଗୁରରେ ପୋଟାସିୟମ୍ ରହିଥାଏ।

୪. ଫସଫରସ୍ : ଫସଫରସ୍ ଶରୀରରେ ସବୁଠୁ ଅତ୍ୟାବଶ୍ୟକ ମିନେରାଲ୍ସ ଭାବେ ଜଣା ଯାଇଥାଏ। ଏହା ଶରୀରରେ ଶକ୍ତି ଉତ୍ପାଦନରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ,ଏହା ହାଡ଼ ଏବଂ ମାଂସପେଶୀକୁ ମଜବୁତ କରିଥାଏ। ବୟସ୍କଙ୍କୁ ସାଧାରଣତଃ ଫସଫରସ୍ ପ୍ରତିଦିନ ୭୦୦ଏମଜି ସେବନର ଆବଶ୍ୟକତା ରହିଥାଏ। ଅଣ୍ଡା,ମାଛ,କ୍ଷୀରରେ ଫସଫରସ୍ ରହିଥାଏ।

୫.କ୍ୟାଲସିୟମ୍ : କ୍ୟାଲସିୟମ୍ ଶରୀର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମିନେରାଲ୍ସ ଅଟେ। ଏହାକୁ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ମଧ୍ୟ କୁହାଯାଇଥାଏ। ଆହାରରେ କ୍ୟାଲସିୟମ୍ ରହିବା ଅତ୍ୟନ୍ତ ଜରୁରୀ କାରଣ ଯଦି କୌଣସି ବ୍ୟକ୍ତି ପର୍ୟ୍ୟାପ୍ତ ମାତ୍ରାରେ କ୍ୟାଲସିୟମ୍ ସେବନ କରି ନଥାଏ ତେବେ ଶରୀର ଠିକଭାବେ କାମ କରିପାରେ ନାହିଁ। କ୍ୟାଲସିୟମ୍ ହାଡ଼ର ସଂରକ୍ଷଣ ଏବଂ ବିକାଶରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

Leave a Reply

Your email address will not be published.