ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧୯୪୧୨୮କୁ ବୃଦ୍ଧି
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରୁ ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧୯୪୧୨୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୮୩, କଟକରୁ ୪୬୬, ପୁରୀରୁ ୧୯୫, ଯାଜପୁରରୁ ୧୭୬, ଅନୁଗୋଳରୁ ୧୬୭, କନ୍ଧମାଳରୁ ୧୪୬, କେନ୍ଦ୍ରାପଡାରୁ ୧୪୨, ନବରଙ୍ଗପୁରରୁ ୧୩୩, ଜଗତସିଂହପୁରରୁ ୧୩୦ ଏବଂ ଭଦ୍ରକରୁ ୧୧୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।