ଆଶ୍ଵସ୍ତିକର ଖବର: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୪୦୧୮ ରୋଗୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଚାରି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚାରି ହଜାରରୁ ଉର୍ଦ୍ଧ୍ଵ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧୮ ରୋଗୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫ ରହିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪୦ କରୋନା ରୋଗୀ ସୁସ୍ଥତା ଲାଭ କରିଛନ୍ତି। ସେହିପରି କଟକ ଜିଲ୍ଲାରୁ ୪୩୪, ପୁରୀ ଜିଲ୍ଲାରୁ ୨୭୪, ବାଲେଶ୍ଵରରୁ ୧୯୪, କେନ୍ଦ୍ରାପଡାରୁ ୧୩୯, ସୋନପୁରରୁ ୧୩୬, ଜଗତିସଂହପୁରରୁ ୧୨୬, ଯାଜପୁରରୁ ୧୨୦, ଅନୁଗୁଳରୁ ୧୧୬, ରାୟଗଡାରୁ ୧୧୩, ଝାରସୁଗୁଡାରୁ ୧୧୧, ଭଦ୍ରକ ଜିଲ୍ଲାରୁ ୧୦୪ କୋଭିଡ୍-୧୯ରୁ ଆରୋଗ୍ୟଲାଭ କରିଛନ୍ତି।

ସେହିପରି ବରଗଡରୁ ୯୫, ସମ୍ବଲପୁରରୁ ୯୦, ସୁନ୍ଦରଗଡରୁ ୯୦, କୋରାପୁଟ ଜିଲ୍ଲାରୁ ୮୮, ମୟୂରଭଞ୍ଜ ଜିଲ୍ଲାରୁ ୮୩, ନୂଆପଡାରୁ ୭୭, କନ୍ଧମାଳରୁ ୭୫, ନବରଙ୍ଗପୁରରୁ ୭୧, ଢେଙ୍କାନାଳରୁ ୬୭, ଗଞ୍ଜାମରୁ ୬୭, ନୟାଗଡରୁ ୬୦, କେନ୍ଦୁଝରରୁ ୫୭, ବଲାଙ୍ଗିରରୁ ୪୬, କଳାହାଣ୍ଡିରୁ ୪୨ ଓ ବୌଦ୍ଧରୁ ୩୪, ମାଲକାନଗିରିରୁ ୩୩, ଦେବଗଡରୁ ୧୭ ଓ ଗଜପତିରୁ ୧୫ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave a Reply