ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୪୦୦ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯ରେ ପହଁଚିଛି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୧୩୭ ଜଣ ଥିବା ବେଳେ, କଟକର ୫୮, ଖୋର୍ଧାର ୪୬, କୋରାପୁଟର ୪୧, ଯାଜପୁରର ୩୭, କେଉଁଝରର ୧୪, କେନ୍ଦ୍ରାପଡାର ୧୦, ମୟୂରଭଞ୍ଜର ୯, ନୟାଗଡର ୭, ସୁନ୍ଦରଗଡର ୭ ଓ ବରଗଡର ୫ ରହିଛନ୍ତି । ସେହିପରି ଜଗତସିଂପୁର ଓ ସୋନପୁରରୁ ୫ଜଣ ଲେଖାଏଁ, ଅନୁଗୋଳ, କଳାହାଣ୍ଡି ଓ ପୁରୀରୁ ୪ଜଣ ଲେଖାଏଁ, ବୌଦ୍ଧର ୩, ଭଦ୍ରକରୁ ୨, ରାୟଗଡା ଓ ସମ୍ବଲପୁରର ଜଣେ ଲେଖାଏଁ ରହିଛନ୍ତି ।

ଅନ୍ୟପଟେ, ଗତ ୨୪ ଘଣ୍ଟା ମଧ୍ୟରେ ୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୭୫୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୧୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave a Reply

Your email address will not be published.