ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର : ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

ପାରାଦୀପ, (ଓଡିଶା ଟାଇମ୍) : ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜରେ ପିଟି ହୋଇ ଏକ ଟ୍ରଲର ବୁଡ଼ି ଯାଇଛି। ଟ୍ରଲ୍‌ରରେ ଥିବା ୫ଜଣ ମତ୍ସ୍ୟଜୀବୀଙ୍କ ଉଦ୍ଧାର କରାଯାଇଥିବାବେଳେ ଆଉ ୪ଜଣ ନିଖୋଜ ରହିଛନ୍ତି। ମାଛ ଧରୁଥିବା ଡଙ୍ଗା ଦ୍ବାରା ଟ୍ରଲର୍‌ର ୫ ମତ୍ସ୍ୟଜୀବୀ ଉଦ୍ଧାର କରାଯାଇଛି। ତେବେ ଟ୍ରଲର୍‌ରେ ଥିବା ଅନ୍ୟ ୪ଜଣଙ୍କ ପତ୍ତା ମିଳୁନି, ଖୋଜାଖୋଜି ଜାରି ରହିଛି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ବ୍ଲାକରୋଜ୍‌ରେ ପିଟି ହୋଇ ଅନେକ ଟ୍ରଲର ବୁଡ଼ିଯାଇଛି।

Leave a Reply

Your email address will not be published.