ପୁଣି ଚିହ୍ନଟ ହେଲେ ୪ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ପୁଣି ୪ କରୋନା ସଂକ୍ରମିତ ଚିହ୍ନଟ । ଏହି ୪ ଜଣ କରୋନା ସଂକ୍ରମିତ ସୋନପୁର ଜିଲ୍ଲାର ତରଭା ଅଞ୍ଚଳରୁ ଜଣେ, ଡୁଙ୍ଗୁରୀପାଲିରୁ ଜଣେ ଏବଂ ସୋନପୁର ବ୍ଲକରୁ ୨ ଜଣ ରହିଛନ୍ତି। ଏମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସଂପର୍କରେ ସୋନପୁର ଜିଲ୍ଲାପାଳ ଟ୍ବଟ କରି ସୂଚନା ଦେଇଛନ୍ତି । ସେହିଭଳି ଗଞ୍ଜାମ ଜିଲ୍ଲା ପୋଲସରା ଥାନାର ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଂଜାମ ଏସ୍‌ପି। ଏହି ଦୁଇ ଜଣ ହୋମଗାର୍ଡ ଜଗନ୍ନାଥପୁର ରେଲୱେ ଷ୍ଟେସନ ଓ ଟିଏମ୍‌ସିରେ ନିୟୋଜିତ ଥିଲେ।
ସେହିଭଳି ଜଣେ ହୋମଗାର୍ଡଙ୍କୁ ପାରଳା ମହାରାଜା କୋଭିଡ ହସପିଟାଲ ଓ ଅନ୍ୟଜଣଙ୍କୁ ସୀତାପାଲି ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଗଂଜାମ ଏସ୍‌ପି। ସେହିଭଳି ଆଜି ରାଜ୍ୟରେ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୯ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published.