କାରେଣ୍ଟାଇନରେ ଗଲେ ୩୭୨ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ବର,(ଓଡିଶା ଟାଇମ୍) : ପଶ୍ଚିମବଙ୍ଗରୁ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ କାରେଣ୍ଟାଇରେ ଗଲେ ଓଡ଼ିଶା ଅଗ୍ନିଶମ ବିଭାଗର ୩୭୨ କର୍ମଚାରୀ । ସମସ୍ତଙ୍କୁ ୧୪ ଦିନିଆ କାରେଣ୍ଟାଇରେ ରଖାଯାଇଛି । କୃପାଜଳ ଇଂଜିନିୟରିଂ କ୍ୟାମ୍ପସ ଏବଂ ରେଭିନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଚ୍ୟୁରେ ହୋଇଥିବା ଟିଏମ୍‌ସିରେ ସେମାନଙ୍କୁ ରଖାଯାଇଛି । ସମସ୍ତ ସଦସ୍ୟଙ୍କ କୋଭିତ୍ – ୧୯ ଟେଷ୍ଟ କରାଯିବ ବୋଲି ଜଣାଯାଇଛି । ବିଧସ୍ତ ହୋଇପଡ଼ିଥିବା କୋଲକାତା ଓ ଆଖପାଖ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଇଥିଲା । ଗତ ୨୪ ତାରିଖରେ ଏହି ଟିମ୍ ପଶ୍ଚିମବଙ୍ଗ ଗସ୍ତ କରିଥିବାବେଳେ ସେଠାରେ ଉଲ୍ଲେଖନୀୟ କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି । ଓଡ଼ିଶାରୁ ଯାଇଥିବା ଅଗ୍ନିଶମ ଟିମ୍ ୨୫୫୦ ଗଛ କାଟି ସଫା କରିବା ସହ ରାସ୍ତାରେ ବାଧକ ସାଜିଥିବା ୭୧୭ଟି ବିଦ୍ୟୁତ୍ ଖୁଣ୍ଡ ବାହାର କରି ରାସ୍ତା ସଫା କରିଥିଲେ । ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ପଶ୍ଚିମବଙ୍ଗ ସରକାର ମଧ୍ୟ ଭୁରି ଭୁରି ପ୍ରଶସା କରିଛନ୍ତି । ସେଠାକାର ନଗର ଉନ୍ନୟନ ମନ୍ତ୍ରୀ ଏବଂ କୋଲକାତା ମେୟର ଓଡ଼ିଶା ଅଗ୍ନିଶମ ବାହିନୀର ଏହି ଟିମ୍‌ ଉଚ୍ଚ ପ୍ରଶଂସା କରିବା ସହ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published.