Advertisements

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟରେ ଆଉ ୩୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ଗଞ୍ଜାମର , ୫ଜଣ କେନ୍ଦ୍ରାପଡାର , ୨ଜଣ ବାଲେଶ୍ୱର , ୨ଜଣ ଭଦ୍ରକର ହୋଇଥିବା ବେଳେ ଜଣେ ଆକ୍ରାନ୍ତ ନୟାଗଡରୁ  ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ୩୦ ଜଣଙ୍କୁ ମିଶାଇ ଏବେ  ରାଜ୍ୟରେ  ୩୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତକାଲି ରାଜ୍ୟରେ ୧୦୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ । ସେହିପରି ଗତକାଲି କରୋନାରୁ ୫୭ଜଣ ସଂକ୍ରମିତ ସୁସ୍ଥ ହୋଇଥିଲେ  । ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହେବାର ଲାଗିଛନ୍ତି କରୋନା ଆକ୍ରାନ୍ତ।  ରାଜ୍ୟର ସମୁଦାୟ  ଆକ୍ରାନ୍ତଙ୍କ ମଧ୍ୟରୁ  ୬୬୬ ଜଣ  ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି l  ସମୁଦାୟ୫ଜଣର ମୃତ୍ୟୁ ଘଟିଛି।

Advertisements

Leave a Reply