ଗାଁ ନିକଟ ଜଙ୍ଗଲରେ ୩୦ ଟିକିଆ ହାତୀପଲ, ଭୟରେ ଗ୍ରାମବାସୀ

ତେଲକୋଇ, (ଓଡିଶା ଟାଇମ୍): କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳ ଦୁଲ୍ଲଭପୁର ଗାଁ ନିକଟରେ ହାତୀ ଆତଙ୍କ  । ଲୋକେ ଭୟଭୀତ ।ଦୁଲ୍ଲଭପୁର ଗାଁ ନିକଟ ବାଘଡିଆଁ ଜଙ୍ଗଲରେ ଡେରା ପକାଇଛନ୍ତି ୩୦ ଟିକିଆ  ହାତୀପଲ।

ଦଳରେ ସାତଟି ଛୁଆ ହାତୀମଧ୍ୟ ରହିଛନ୍ତି। ହାତୀପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗର ଟିମ୍  ଉଦ୍ୟମ ଜାରି ରଖିଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।କିଛି ଦିନ ଧରି ତେଲକୋଇ ବନାଞ୍ଚଳରେ ହାତୀ ଉପଦ୍ରବ କମିଥିବା ବେଳେ ପୁଣି ୩୦ ଟିକିଆ ହାତୀ ପଲଙ୍କୁ ଦେଖି ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଛି ।ହାତୀଙ୍କ ଦାଉରୁ ନିଜ ଫସଲକୁ କିପରି ସୁରକ୍ଷା ଦେବେ ସେନେଇ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି ।

Leave a Reply

Your email address will not be published. Required fields are marked *