ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର (ଓଡିଶା ଟାଇମ୍) : ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଲା ପରିବହନ ବିଭାଗ । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ସେହିଭଳି କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପୋଷ୍ଟ ବାହାରିବ। ଆସନ୍ତା ୨ ବର୍ଷ ମଧ୍ୟରେ କୌଣସି ବିଭାଗ ନୂଆ ଗାଡ଼ି କିଣିପାରିବେନି। ସରକାରୀ ଖର୍ଚ୍ଚରେ ଅଫିସରମାନେ ବିଦେଶ ଗସ୍ତ କରିପାରିବେନି।

ସରକାରୀ ଖର୍ଚ୍ଚରେ ବିଜିନେସ୍ କ୍ଲାସ୍‌ରେ ବିମାନରେ ଯାତ୍ରା କରିପାରିବେନି। ସରକାରୀ ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ ଏସି ଟ୍ରେନରେ ଯାତ୍ରା ମନା କରାଯାଇଛି। ସେହିପରି ସରକାରୀ ଖର୍ଚ୍ଚରେ ବଡ଼ ହୋଟେଲରେ ମିଟିଂ, ସେମିନାର, ଓ୍ୱାର୍କସପ୍ ମନା କରାଯଆଇଛି। ଭିଡିଓ କନ୍ଫରେନ୍ସିଂକୁ ବେଶି ପ୍ରାଧାନ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ୩୧ ମାର୍ଚ୍ଚ ୨୦୨୨ ଯାଏଁ ଲିଭ୍ ଟ୍ରାଭେଲ୍ କନସେସନ୍(LTC) ବନ୍ଦ କରାଯାଇଛି।

ସେହିପରି ହାଉସ୍ ବିଲିଂ ଆଡଭାନ୍ସ, ମୋଟର କାର୍ ଓ କମ୍ପ୍ୟୁଟର ଆଡଭାନ୍ସ ମନା କରାଯାଇଛି। ଡିଜିଟାଲ୍/ଇ- ଦସ୍ତଖସ୍ତକୁ ଗୁରୁତ୍ୱ ଦିଆଯିବ। କାଗଜ ବ୍ୟବହାର ମନା କରାଯାଇଛି। ଅଫିସ୍, ଗେଷ୍ଟ ହାଉସ୍ ଓ ସରକାରୀ କୋଠା ମରାମତି, ନବୀକରଣ ପାଇଁ ଖର୍ଚ୍ଚ ମନା କରାଯାଇଛି। ସରକାରୀ ଅଫିସ୍‌ର ମରାମତି ଖର୍ଚ୍ଚ ୫ ଲକ୍ଷରୁ ବେଶି ହେଲେ ଅନୁମତି ଜରୁରୀ ବୋଲି କୁହାଯାଇଛି।

ସେହିପରି ସରକାରୀ ଆବାସିକ କ୍ୱାର୍ଟର୍ସର ମରାମତି ଖର୍ଚ୍ଚ ୨ ଲକ୍ଷରୁ ବେଶି ହେଲେ ଅନୁମତି ଜରୁରୀ।
ଆଉଟ୍ ସୋର୍ସିଂ, ଅବସର ପରେ ନିଯୁକ୍ତି ଉପରେ ରୋକ୍ ଲଗାଯାଇଛି। ଜରୁରୀ ପଦବୀ ପାଇଁ ଅର୍ଥ ବିଭାଗ ଠାରୁ ପୂର୍ବରୁ ଅନୁମତି ନେବାକୁ ହେବ ବୋଲି କୁହାଯାଇଛି।

Leave a Reply

Your email address will not be published.