ପ୍ରକାଶ ପାଇଲା +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର, (ଓଡିଶା ଟାଇମ୍) : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ତିନି କଲେଜ(ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ(+୩) ନାମଲେଖା ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗରେ ରହିଛି। ଯେପରିକି ପଦାର୍ଥ ବିଜ୍ଞାନ-୯୫%। ରାସାୟନିକ ବିଜ୍ଞାନ- ୯୪.୬ %। ଗଣିତରେ-୯୫.୨ %। ଅର୍ଥଶାସ୍ତ୍ର-୯୦.୫%। ଭୁଗୋଳ- ୯୨%। ରାଜନୀତି ବିଜ୍ଞାନ- ୯୧.୫% । ବାଣିଜ୍ୟ କଟ ଅଫରେ ୮୮.୬୭% ସହ ବିଜେବି କଲେଜ ଆଗରେ ରହିଛି। +୩ ନାମଲେଖା ପାଇଁ  ୨,୧୩,୯୫୯ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ ,୫୮, ୫୪୦ ମନୋନୀତ ହୋଇଛନ୍ତି ।

ସାମ୍ସ ଇ-ଆଡମିସନ୍‌ ଜରିଆରେ ନାମଲେଖା ପ୍ରକ୍ରିୟା ଚାଲିଛି। ରାଜ୍ୟର ୧୦୨୯ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ମୋଟ ୨ ଲକ୍ଷ ୩୦ ହଜାର ୭୮ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି। ୨ ଲକ୍ଷ ୧୨ ହଜାର ୯୯୮ ବିଦ୍ୟାର୍ଥୀ ଆବେଦନ କରିଥିବାବେଳେ ୨ ଲକ୍ଷ ୧୧ ହଜାର ୬୮୦ ଛାତ୍ରଛାତ୍ରୀ ଦେୟ ପୈଠ କରିଛନ୍ତି। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ପହିଲା ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନ୍‌ଲାଇନ୍‌ରେ ନାମଲେଖା ଫି ଦାଖଲ କରିପାରିବେ। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ପହିଲା ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନ୍‌ଲାଇନ୍‌ରେ ନାମଲେଖା ଫି ଦାଖଲ କରିପାରିବେ।

Leave a Reply

Your email address will not be published.