ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୨୫୧୦ କୋରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର, ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ରାଜ୍ୟରେ ଆଉ ୨,୫୧୦ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୫,୩୨୩ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଧାରୁ ୪୩୫ ଜଣ ଥିବା ବେଳେ, ଗଞ୍ଜାମରୁ ୨୭୭, କଟକରୁ ୨୨୫, ପୁରୀରୁ ୨୧୮, କୋରାପୁଟରୁ ୧୮୨, ଯାଜପୁରରୁ ୧୩୫, ମୟୂରଭଞ୍ଜରୁ ୧୧୯, ବାଲେଶ୍ୱରରୁ ୧୦୧, ଗଜପତିରୁ ୮୯, ଗଜପତିରୁ ୮୯, ମାଲକାନଗିରିରୁ ୭୫, ସୁନ୍ଦରଗଡରୁ ୭୨, ସମ୍ବଲପୁରରୁ ୬୪, ବଲାଙ୍ଗୀରରୁ ୫୧, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୪୭, ଭଦ୍ରକରୁ ୪୩, ଝାରସୁଗୁଡାରୁ ୪୨, ସୋନପୁରରୁ ୩୮, ବରଗଡରୁ ୩୬, ନୟାଗଡରୁ ୩୩, ବୌଦ୍ଧରୁ ୩୧, ଢେଙ୍କାନାଳରୁ ୩୦, କେନ୍ଦ୍ରାପଡାରୁ ୨୫, ରାୟଗଡାରୁ ୨୫, ଜଗତସିଂହପୁରରୁ ୧୭, ନବରଙ୍ଗପୁରରୁ ୧୧, ଅନୁଗୋଳରୁ ୫, ଦେବଗଡରୁ ୩ ଓ ନୂଆପଡାରୁ ୩ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave a Reply

Your email address will not be published.