Advertisements

୧୮ଜଣଙ୍କ ପାଣି ଓ ବିଜୁଳି ସଂଯୋଗ କଟିବ

ଭୁବନେଶ୍ଵର, (ଓଟି): ହୋଲ୍‌ଡିଂ ଟିକସ ଦେଉନ, ବିଜୁଳି ଆଉ ପାଣି କଟାଯିବ। ଏମିତି କଠୋର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ବିଏମ୍‌ସି ସେସୁ ଏବଂ ୱାଟ୍‌କୋଙ୍କୁ ଅନୁରୋଧ କରିଛନ୍ତି ବିଏମ୍‌ସି ଉତ୍ତରାଞ୍ଚଳ ଡେପୁଟି କମିଶନର । ଚିଠି ସହ ଏକ ତାଲିକା … Read More

Advertisements

ସୁବାସ ଚୌହାନ ନିଖୋଜ୍‌!

ଭୁବନେଶ୍ଵର, (ଓଟି): ପୂର୍ବତନ ବଜରଙ୍ଗଦଳ ଓଡ଼ିଶା ପ୍ରମୁଖ ତଥା ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦାୟିତ୍ଵ ସମ୍ଭାଳିଥିବା ସୁବାସ ଚୌହାନଙ୍କ ଆଉ ଖୋଜ୍‌ ଖବର ମିଳୁ ନାହିଁ। ସୋଶାଲ୍‌ ମିଡିଆରେ ସେ ଫେବୃୟାରୀ … Read More

ଅରବିନ୍ଦ ପାଢ଼ୀଙ୍କୁ ସୂଚନା ଲୋକସମ୍ପର୍କ ଟ୍ବିଟରରେ ରୋକ୍‌!

ଭୁବନେଶ୍ଵର, (ଓଟି): ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ବିଟର ହ୍ୟାଣ୍ଡଲ୍‌ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ ବ୍ଲକ୍‌ କରିଛି। ଅବଶ୍ୟ ଏହି ବ୍ଲକ୍‌ କିଛି ସମୟ ପାଇଁ ହୋଇଥିଲା କିନ୍ତୁ ଏହା ଡ. ପାଢ଼ୀଙ୍କୁ ଯଥେଷ୍ଟ ଆଘାତ ଦେଇଥିବା ଜଣାପଡ଼ିଛି। … Read More

ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ (ଓଟି): କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ୍ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏ ନେଇ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ହୋଇସାରିଛି। ମୁଦ୍ରାସ୍ଫୀତିର ବୃଦ୍ଧି ଓ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ଆଧାର … Read More

କରୋନା: ମିଡିଆ ଉପରେ ସେନ୍ସର ଜାରି

ଭୁବନେଶ୍ଵର, (ଓଟି): ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି କରୋନା। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ମହାମାରୀ ଆଖ୍ୟା ଦିଆଯାଇଥିବା ବେଳେ ରାଜ୍ୟ ସରକାର ଏହାକୁ ‘ବିପତ୍ତି’ ଆଖ୍ୟା ଦେଇଛନ୍ତି। ଏହାର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ଅଧିକାରୀଙ୍କୁ କ୍ଷମତାପନ୍ନ କରିଥିବା … Read More

କାନାଡାର ଫଷ୍ଟ୍‌ ଲେଡିଙ୍କୁ ‘କରୋନା’

ନୂଆଦିଲ୍ଲୀ (ଓଟି): କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କାନାଡାର ପ୍ରଥମ ଲେଡି ସୋଫି କିଛିଦିନ ହେଲା ଅସୁସ୍ଥ ରହିଥିଲେ ଓ ତାଙ୍କୁ … Read More

କରୋନା ଭୟ: ଓଡ଼ିଶା ବିଧାନସଭା ମୁଲତବୀ

ଭୁବନେଶ୍ଵର, (ଓଟି): ଓଡ଼ିଶା ବିଧାନସଭାର ଚଳିତ ଅଧିବେଶନକୁ ମୁଲତବୀ ଘୋଷଣା କରାଯାଇଛି। ବଜେଟ୍‌ ଉପସ୍ଥାପନ ପରେ ଆଲୋଚନା ଲାଗି ଏହାର ଦ୍ଵିତୀୟାର୍ଦ୍ଧ ସୋମବାରଠାରୁ ଆରମ୍ଭ ହୋଇଥିଲା। କିନ୍ତୁ ଦେଶରେ ଯେଉଁପରି ଭାବେ କରୋନା ବିପତ୍ତି ବଢ଼ିବାରେ ଲାଗିଛି ତାହାକୁ ଆଖି ଆଗରେ … Read More

‘କରୋନା’କୁ ରାଜ୍ୟ ବିପତ୍ତି ଘୋଷଣା: ୩୧ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ, ୨୦୦ କୋଟି ଟଙ୍କାର ପ୍ୟାକେଜ୍‌

ଭୁବନେଶ୍ଵର, (ଓଟି): ମହାମାରୀ କରୋନାକୁ ରାଜ୍ୟରେ ବିପତ୍ତି ବୋଲଇ ଘୋଷଣା କରାଯାଇଛି। ଏହିକ୍ରମରେ ରାଜ୍ୟ ସରକାର ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ଆଇନ ୨୦୦୫କୁ ଲାଗୁ କରିଛନ୍ତି। ଏହାଦ୍ଵାରା ରାଜ୍ୟର ଅଧିକାରୀମାନେ କରୋନାର ମୁକାବିଲା ଓ ପ୍ରତିଶେଧକ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ … Read More

ଖସିଲା କ୍ରୁଡ୍ ଅଏଲ୍ ଦର

ନୂଆଦିଲ୍ଲୀ (ଓଟି): ଅଶୋଧିତ ପେଟ୍ରୋଲିୟମ (କ୍ରୁଡ୍ ଅଏଲ) ଉତ୍ପାଦନକୁ ନେଇ ଦୁଇ ପ୍ରମୁଖ ରାଷ୍ଟ୍ର ସାଉଦି ଆରବ ଏବଂ ରୁଷିଆ ମଧ୍ୟରେ ଲାଗିରହିଛି ମତଭେଦ। ଏହାରି ମଧ୍ୟରେ ଆନ୍ତର୍ଜାତିକ ବଜାରରେ ବ୍ରେଣ୍ଟ କ୍ରୁଡ୍ ଅଏଲ ମୂଲ୍ୟ ସର୍ବନିମ୍ନ ଭାବେ ବ୍ୟାରେଲ ପିଛା … Read More

‘କରୋନା’ ଗିଳିଲା ୧୧ ଲକ୍ଷ କୋଟି

ନୂଆଦିଲ୍ଲୀ (ଓଟି): କରୋନା ଲାଗି ବ୍ୟାପକ କ୍ଷତି ଘଟି ଚାଲିଛି। ନିବେଶକାରୀମାନେ ବିଭିନ୍ନ କ୍ଷେତ୍ରରୁ ସର୍ବାଧିକ ହାରରେ ଶେୟାର ବିକ୍ରି କରିଦେଉଛନ୍ତି। ଫଳରେ ଗୁରୁବାର ବିଏସ୍‌ଇ ସେନ୍‌ସେକ୍ସରେ ୨୯୧୯ ପଏଣ୍ଟ ହ୍ରାସ ଘଟିବା ସହ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା … Read More