ଭୁବନେଶ୍ବରରୁ ଆଉ ୨୦୧ ପଜିଟିଭ୍ ଚିହ୍ନଟ, ୨୮ ହଜାର ଟପିଲା ରାଜଧାନୀର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ବରରୁ ଆଜି ଆଉ ୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ କ୍ବାରେଣ୍ଟାଇନରୁ ଓ ୧୩୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ଦିଆଯାଇଛି। ଏଥି ସହିତ ଭୁବନେଶ୍ୱରରୁ ଆଜି ୨୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ବରରୁ ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମିଶାଇ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ଟପିଛି। ସେଥିମଧ୍ୟରୁ  ବର୍ତ୍ତମାନ ସୁଦ୍ଧା ୨୫୯୧ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୨୫,୩୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୪୬ ଜଣଙ୍କର ମୃତ୍ୟୁ ଘଟିଛି।

Leave a Reply