ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟ କିଟ୍

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାରିମଧ୍ୟରେ ଓଡ଼ିଶାରେ ଆଜି ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟ କିଟ୍‌ ପହଂଚିଛି। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି) ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ଏ ନେଇ ସୂଚନା ଦେଇଛନ୍ତି ।

ଡାକ୍ତର ପତି କହିଛନ୍ତି, ପହଞ୍ଚିଥିବା କିଟ୍‌ରୁ ୫ ମେଡିକାଲ କଲେଜକୁ ୧୦୦୦ ଲେଖାଏଁ ଦିଆଯିବ । ୩୦ ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳୟ ସହ କ୍ୟାପିଟାଲ ହସ୍ପିଟାଲ ଓ ଆର୍‌ଜିଏଚ୍‌କୁ ୧୫୦ଟି ଲେଖାଏଁ କିଟ୍‌ ମିଳିବ । ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରକୁ ୫୦୦ କିଟ୍‌ ଦିଆଯିବ । ଗଞ୍ଜାମ ଜିଲ୍ଲା ପାଇଁ ୨୫୦୦ ଓ ଗଜପତି ଜିଲ୍ଲାକୁ ୫୦୦ କିଟ୍‌ ଅଲଗା ଦିଆଯିବ ।

ଏସବୁ ବାଦ୍‌ ରାଜଧାନୀ ପାଇଁ ପାଖାପାଖି ୪ରୁ ସାଢ଼େ ୪ ହଜାର କିଟ୍‌ ରଖାଯାଇଛି । ରିପୋର୍ଟ ଓ ଖର୍ଚ୍ଚର ସବୁ ଅନୁଧ୍ୟାନ ପରେ ଆଉ ଅଧିକ କିଟ୍‌ ଆସିବ । ଏହି କିଟ୍‌ରେ ପଜିଟିଭ୍‌ ଆସିଲେ ଆଉ ଆର୍‌ଟିପିସିଆର୍‌ ଟେଷ୍ଟର ଆବଶ୍ୟକତା ନାହିଁ । ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ଭୂତାଣୁ ରୁହେ, ରୋଗକୁ ସହଜରେ ଚିହ୍ନଟ କରାଯାଇ ପାରିବ । ଆଣ୍ଟିଜେନ୍‌ ଟେଷ୍ଟ ପରେ ଯାଇ ହସ୍ପିଟାଲରେ ରୋଗୀଙ୍କୁ ଇନ୍‌ଡୋର୍‌ରେ ଭର୍ତ୍ତି କରାଯିବ । ଏହାହେଲେ ୱାର୍ଡ ଭିତରେ ରୋଗୀଙ୍କୁ ସଂକ୍ରମଣକୁ ରୋକାଯାଇ ପାରିବ ।

Leave a Reply

Your email address will not be published.