୨୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ବର, (ଓଡିଶା ଟାଇମ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହି ସବୁ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ।

ସେ କହିଛନ୍ତି କ୍ୟାବିନେଟ ବୈଠକରେ ୨୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଫ୍ୟାକ୍ଟ୍ରି ଆକ୍ଟ- ୧୯୫୮ରେ କିଛି ସଂଶୋଧନ ମଧ୍ୟ କରାଯାଇଛି । ଏହି ଆକ୍ଟରେ ୱର୍କିଂ ଆୱାରକୁ ୧୧୫ ଘଣ୍ଟା କରିବାକୁ ନିଷ୍ପତ୍ତି ନିଆଯାଇଛି ।ଏହାକୁ ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ କରାଯାଇଛି । ଏହି ସ୍କିମ୫ବର୍ଷ କାମ କରିବ । ସରକାରୀ ଡାକ୍ତରଖାନାର ଉନ୍ନତି ପାଇଁ ଏହା ସହାୟକ ହେବ । ଏପିଡ଼େମିକ ଡିଜିଜ ଆକ୍ଟରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି । ନିୟମ ଉଲ୍ଲଙ୍ଘନରେ ୧ଲକ୍ଷ ଯାଏଁ ଜରିମାନା ଲାଗୁ କରାଯାଇପାରେ । ସହରାଞ୍ଚଳରେ ବସ୍ତିର ଉନ୍ନତି ପାଇଁ ମଧ୍ୟ ଅର୍ଥ ଖର୍ଚ୍ଚ ହେବ । ସହରାଞ୍ଚଳର ବସ୍ତିର ଉନ୍ନତି ପାଇଁ ଅର୍ଥ ଖର୍ଚ୍ଚ ହେବ ।

ମାହାଙ୍ଗାରେ ବୃହତ ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି ମିଳିଛି । ପ୍ରକଳ୍ପ ପାଇଁ ୨୦୭ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ ହୋଇଛି । ପ୍ରକଳ୍ପ ଯୋଗୁଁ ୨୧୧ଟି ଗ୍ରାମର ଲୋକେ ଉପକୃତ ହେବେ । ଏହାସହ ୩ବର୍ଷ ଭିତରେ ପ୍ରତିଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

Leave a Reply