ଶୋପିଆନ ଏନକାଉଣ୍ଟରରେ ୨ଆତଙ୍କବାଦୀ ନିହତ

ଶ୍ରୀନଗର, (ଓଡିଶା ଟାଇମ୍) :ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି। ଶୋପିଆନ ଜିଲ୍ଲାର ଚକୁରା ଅଞ୍ଚଳରେ ସୁରକ୍ଷାକର୍ମୀ ଆଜି ୨ଆତଙ୍କବାଦୀଙ୍କୁ ଗୁଳି କରି ମାରିଛନ୍ତି। ଏବେ ଶବକୁ ଉଦ୍ଧାର କରାଯାଇନାହିଁ। ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି। ଏହା ସହିତ ପୂରା ଅଞ୍ଚଳକୁ ଘେରାଉ କରାଯାଇଛି।

ସୁରକ୍ଷାକର୍ମୀଙ୍କୁ ଚକୁରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବାର ସୂଚନା ମିଳିଥିଲା। ଏହା ପରେ ସିଆରପିଏଫ ଏବଂ ଜାମ୍ମୁ-କାଶ୍ମୀର ପୋଲିସର ଯବାନ ସର୍ଚ ଅପରେସନ ଜାରି କରିଥିଲେ। ଏହି ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ବର୍ଷଣ ଆରମ୍ଭ କରି ଦେଇଥିଲେ। ପାଲଟା ଜବାବରେ ୨ଆତଙ୍କବାଦୀ ନିହତ ହୋଇଥିଲେ।

Leave a Reply

Your email address will not be published.