ରାଉରକେଲା ସରକାରୀ ହସ୍‌ପିଟାଲ୍‌ର ୨ ଡାକ୍ତରଙ୍କୁ କରୋନା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଡାକ୍ତରଙ୍କୁ କରୋନା। ରାଉରକେଲା ସରକାରୀ ହସ୍ପିଟାଲର ୨ ଡାକ୍ତରଙ୍କୁ କରୋନା। ସୁନ୍ଦରଗଡ଼ରୁ ଆଜି ବାହାରିଥିବା ୧୮ ପଜିଟିଭଙ୍କ ଭିତରୁ ୨ ଜଣ ଆରଜିଏଚ ଡାକ୍ତର ବୋଲି ଜଣାପଡ଼ିଛି। ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ମେଡିକାଲ ପରିସରକୁ ସାନିଟାଇଜ୍ କରାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି। ଆଜି ରାଜ୍ୟରେ ଆଉ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟ ବୃଦ୍ଧ ବୋଲି ସୂଚନା ମିଳିଛି। ତେବେ ୧୮ ପଜିଟିଭଙ୍କ ଭିତରୁ ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ଏମାନଙ୍କ ଭିତରୁ ଅଧିକାଂଶ ପ୍ରବାସ ଫେରନ୍ତା ଅଛନ୍ତି।

ରାଜ୍ୟରେ ସମୁଦାୟ ୨୮୫୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୭୧୬ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୧୨୯ ଆକ୍ଟିଭ କେଶ ରହିଛି ଏମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published.