ରାଜ୍ୟରେ ଆଜି ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୨,୨୭୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ୨୫୪,ଗଞ୍ଜାମରୁ ୨୧୬, କଟକରୁ ୧୪୭, ସମ୍ବଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡାରୁ ୭୭, ପୁରୀରୁ ୭୪, ମାଲକାନଗିରିରୁ ୭୨, କୋରାପୁଟରୁ ୬୯ଜଣ ରହିଛନ୍ତି । ସେହିପରି ସୁନ୍ଦରଗଡରୁ୬୮, ବାଲେଶ୍ୱରରୁ ୫୮, ନୟାଗଡରୁ ୫୧, କଳାହାଣ୍ଡିରୁ ୩୮, କେଉଁଝରରୁ ୩୮, ବରଗଡ଼ରୁ ୩୨, ଗଜପତିରୁ ୩୦, ବଲାଙ୍ଗୀରରୁ ୨୬, ଭଦ୍ରକରୁ ୨୫, ନବରଙ୍ଗପୁରରୁ ୨୩, କେନ୍ଦ୍ରାପଡାରୁ ୨୩, ଢେଙ୍କାନାଳରୁ ୨୦, ଝାରସୁଗୁଡାରୁ ୧୯, ଜଗତସିଂପୁରରୁ ୧୫, ଅନୁଗୋଳରୁ ୭, ନୂଆପଡା ଓ ସୋନପୁରରୁ ୪ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

Leave a Reply