ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ କରୋନା ସଂକ୍ରମିତ, ୨୭୯୫୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୯୫୮୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮୬ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୭୦୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨୮ଜଣ, ବରଗଡ଼ ଜିଲ୍ଲାରୁ ୫୬ଜଣ, ଭଦ୍ରକ ଜିଲ୍ଲାରୁ ୩୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୫ଜଣ, ବୌଦ୍ଧ ଜିଲ୍ଲାରୁ ୧୧ଜଣ, କଟକ ଜିଲ୍ଲାରୁ ୧୦୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୩ଜଣ, ଗଜପତି ଜିଲ୍ଲାରୁ ୭ଜଣ, ଗଞ୍ଜାମ ଜିଲ୍ଲାରୁ ୪୫ଜଣ, ଜଗତସିଂହପୁର ଜିଲ୍ଲାରୁ ୭୭ଜଣ, ଯାଜପୁର ଜିଲ୍ଲାରୁ ୫୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୫ଜଣ, କଳାହାଣ୍ଡି ଜିଲ୍ଲାରୁ ୩୬ଜଣଷ କନ୍ଧମାଳ ଜିଲ୍ଲାରୁ ୩୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୨ଜଣ, କେନ୍ଦୁଝର ଜିଲ୍ଲାରୁ ୭୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮୩ଜଣ, କୋରାପୁଟ ଜିଲ୍ଲାରୁ ୪୫ଜଣ, ମାଲକାନଗିରି ଜିଲ୍ଲାରୁ ୩୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୧ଜଣ, ନୟାଗଡ଼ ଜିଲ୍ଲାରୁ ୩୨ଜଣ, ନୂଆପଡ଼ା ଜିଲ୍ଲାରୁ ୯୨ଜଣ, ପୁରୀ ଜିଲ୍ଲାରୁ ୫୧ଜଣ, ରାୟଗଡ଼ା ଜିଲ୍ଲାରୁ ୧୭ଜଣ, ସମ୍ବଲପୁର ଜିଲ୍ଲାରୁ ୪୨ଜଣ, ସୋନପୁର ଜିଲ୍ଲାରୁ ୨୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦ଜଣ, ଷ୍ଟେଟ ପୁଲ୍‌ରୁ ୩୫ଜଣ ରହିଛନ୍ତି ।

Leave a Reply

Your email address will not be published.