ରାଜ୍ୟରେ ରେକର୍ଡ ସଂଖ୍ୟକ ୧୫୯୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

 

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୧୦ ଜଣ, ବାଲେଶ୍ବର ଜିଲ୍ଲାରୁ ୨୨ ଜଣ, ବରଗଡ ଜିଲ୍ଲାରୁ ୮ ଜଣ, ଭଦ୍ରକ ଜିଲ୍ଲାରୁ ୬୦ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬ ଜଣ, ବୌଦ୍ଧ ଜିଲ୍ଲାରୁ ୪୧ ଜଣ, କଟକ ଜିଲ୍ଲାରୁ ୧୩୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ, ଗଜପତି ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୭୩୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୮ ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ୧୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୯ ଜଣ, କେନ୍ଦୁଝର ଜିଲ୍ଲାରୁ ୨୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୨୦ ଜଣ, କୋରାପୁଟ ଜିଲ୍ଲାରୁ ୩୩ ଜଣ, ମାଲକାନଗିରି ଜିଲ୍ଲାରୁ ୯ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩ ଜଣ, ନୟାଗଡ ଜିଲ୍ଲାରୁ ୧୦ ଜଣ, ନୂଆପଡା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୩୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୩ ଜଣ, ସୋନପୁର ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୬ ଜଣ ରହିଛନ୍ତି ।

 

Leave a Reply

Your email address will not be published.