ରାଜ୍ୟରେ ୨୪ ଘଣ୍ଟାରେ ସୁସ୍ଥ ହେଲେ ୧୨୫୫ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ଯ ପାଇଁ ଖୁସି ଖବର। ଆଜି ରାଜ୍ୟରେ ୧୨୫୫ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରଜ୍ୟରେ ମୋଟ୍ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୨୫୭୩୭କୁ ବୃଦ୍ଧି ପାଇଛି ।

ଗଞ୍ଜାମରୁ ସର୍ବାଧିକ ୪୮୫ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡରୁ ୧୨୨, ସମ୍ବଲପୁରରୁ ୧୦୭, ପୁରୀରୁ ୭୫, ମୟୁରଭଞ୍ଜରୁ ୪୩, କଟକରୁ ୪୦, ଜଗତସିଂହପୁରରୁ ୨୯, କନ୍ଧମାଳରୁ ୨୮, ବାଲେଶ୍ୱରରୁ ୨୭, ବଲାଙ୍ଗୀରରୁ ୨୪, କୋରାପୁଟରୁ ୨୨, ଅନୁଗୋଳରୁ ୨୦, ନବରଙ୍ଗପୁରରୁ ୧୮, ଗଜପତିରୁ ୧୬, ନୟାଗଡରୁ ୧୪, କେନ୍ଦ୍ରାପଡାରୁ ୧୨, ମାଲକାନଗିରିରୁ ୧୧, ଭଦ୍ରକରୁ ୧୦, କଳାହାଣ୍ଡିରୁ ୮, ନୂଆପଡାରୁ ୬, ଯାଜପୁରରୁ ୫, ଢେଙ୍କାନାଳରୁ ୪, ଝାରସୁଗୁଡାରୁ ୩ ଏବଂ କେନ୍ଦୁଝରରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published.