ଭୁବନେଶ୍ୱରରେ ୧.୫ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି , ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟରୁ ଆସିଲା ତଥ୍ୟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରେ ୧.୫ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଆଣ୍ଟିବଡ଼ି ହେଉଛି ଶରୀରରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧ ଶକ୍ତି । ୧.୫ ପ୍ରତିଶତ ଲୋକ ଅଜାଣତରେ କରୋନାରେ ଆକ୍ରାନ୍ତ ହୋଇ ଭଲ ହୋଇ ଯାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା କମ୍ୟୁନିଟି ସେରୋ ସର୍ଭେରୁ ଏହା ଜଣାପଡ଼ିଛି । ହାଇ ରିସ୍କ ଗ୍ରୁପରେ ମଧ୍ୟ କରାଯାଇଥିବା ସର୍ଭେରୁ ଏହି ସମାନ ରିପୋର୍ଟ ଆସିଛି ।

ଜୁନ ମାସରେ ହୋଇଥିବା ସଂକ୍ରମଣକୁ ନେଇ କରାଯାଇଥିଲା ଏହି ସର୍ଭେ। ତେବେ ଅଗଷ୍ଟ ମାସରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ। ଏହି ସର୍ଭେରୁ ଜୁଲାଇ ମାସରେ ହୋଇଥିବା ସଂକ୍ରମଣ ଏବଂ ଆଣ୍ଟିବଡ଼ି ସୃଷ୍ଟି ଉପରେ ତଥ୍ୟ ସାମ୍ନାକୁ ଆସିବ। ଅଗଷ୍ଟ ୧୬ରୁ ଭୁବନେଶ୍ବରରେ ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ।

ସେପଟେ ଆଜିଠାରୁ ଗଞ୍ଜାମରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେଉଛି। ୨୫ ଶହ ସାମ୍ପୁଲକୁ ନେଇ ଗଞ୍ଜାମ ଜିଲ୍ଲାରେ ସର୍ଭେ କରାଯିବ। ସେହିପରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଉପରେ ତର୍ଜମା ପାଇଁ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରରେ ୯୦୦ କମ୍ୟୁନିଟି ଓ ୬୦୦ ହାଇରିସ୍କ ଗ୍ରୁପ୍ ଙ୍କ ଠାରେ ସେରୋ ସର୍ଭେ କରାଯିବ।

Leave a Reply

Your email address will not be published.