ପୁଲ୍‌ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ଯବାନ ଶହୀଦ

ଭୁବନେଶ୍ୱର,(ଓଡିଶା ଟାଇମ୍): ଜମ୍ମୁ-କଶ୍ମୀରର ପୁଲ୍‌ୱାମାରେ ପୁରିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ୍) ଓ ପୋଲିସର ମିଳିତ ଟିମ୍ ଉପରେ ଗୁରୁବାର ଏହି ଆକ୍ରମଣ କରିଛନ୍ତି । ବର୍ଷକ ପରେ ପୁଣି ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରବାର କାଶ୍ମୀର ଦକ୍ଷିଣାଞ୍ଚଳରେ ଥିବା ପୁଲ୍‌ୱାମାର ପ୍ରିଚୋରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣା ପରେ ସେନା ଉକ୍ତ ସ୍ଥାନକୁ ଘେରାଉ କରି ସର୍ଚ ଅପରେସନ ଜାରି ରଖିଛି । ବୁଧବାର ଜମ୍ମୁ-କଶ୍ମୀରର ଗାଁଦରୱ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସୀମା ସୁରକ୍ଷା ବଳର ଦୁଇ ଯବାନ ଶହୀଦ ହୋଇଯାଇଥିଲେ । ଦୁଇ ଯବାନଙ୍କ ବୟସ ୩୫ ଓ ୩୬ ବର୍ଷ ଭିତରେ ଥିଲା । ମୋଟର ସାଇକେଲରେ ସବାର ହୋଇ ଆସିଥିବା ଆତଙ୍କବାଦୀମାନେ ଶ୍ରୀନଗରରୁ ୧୭ କିଲୋମିଟର ଦୂର ପଣ୍ଡାଚ ଅଞ୍ଚଳରେ ସୀମା ସୁରକ୍ଷା ବଳର ଯବାନଙ୍କ ଉପରେ ଗୁଳିମାଡ କରିଥିଲେ।

Leave a Reply

Your email address will not be published.