ଡକ୍ଟରେଟ୍ ଉପାଧିରେ ସମ୍ମାନିତ ହେଲେ କମଲ୍ ହାସନ୍, ତାମିଲନାଡ଼ୁକୁ ଓଡ଼ିଶା ଭଳି ଗଢ଼ିତୋଳିବାର ସ୍ୱପ୍ନ

୨୦୦ରୁ ଊଦ୍ଧ୍ୱର୍ ଫିଲ୍ମରେ ଅଭିନୟର ପରାକାଷ୍ଠା ପ୍ରଦର୍ଶନ କରିସାରିଥିବା ତାମିଲ୍ ସୁପରଷ୍ଟାର୍ କମଲ ହାସନ୍ ୨ଦିନିଆ ଓଡ଼ିଶା ଗସ୍ତର ଆସିଛନ୍ତି । ଅଭିନୟ, କଳା ଓ ସମାଜସେବା କ୍ଷେତ୍ରରେ ତାଙ୍କର ଉକୃଷ୍ଟ ଯୋଗଦାନ ପାଇଁ କମଲଙ୍କୁ ଓଡିଶାର ଏକ ୟୁନିଭର୍ସିଟି ପକ୍ଷରୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । ଅଭିନେତାରୁ ରାଜନେତା ହୋଇଥିବା କମଲଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ – ‘କମଲଙ୍କ ଫ୍ୟାନ୍ କ୍ଲବ୍ ସାମାଜିକ ସଂଗଠନରେ ପରିଣତ ହୋଇ ସମାଜସେବା ଦାୟିତ୍ୱ ଗ୍ରହଣ କରୁଛନ୍ତି, ଯାହାକି ବେଶ୍ ସ୍ୱାଗତଯୋଗ୍ୟ । ଆଗାମୀ ଦିନ ପାଇଁ ମୁଁ କମଲ ହାସନ ଓ ତାଙ୍କର ଫ୍ୟାନକ୍ଲବର ଉନ୍ନତି କାମନା କରୁଛି । ସଂଳାପ ବିହୀନ ଫିଲ୍ମ ‘ପୁଷ୍କକ’ରେ କମଲ୍ ତାଙ୍କ ଦକ୍ଷ ଅଭିନୟର ପ୍ରମାଣ ଦେଇଛନ୍ତି’ ।

ଅନ୍ୟପକ୍ଷରେ କମଲ ମଧ୍ୟ ଏହି ସମ୍ମାନର ଅଧିକାରୀ ଭାବେ ବେଶ୍ ଖୁସି ଅଛନ୍ତି । ଧନ୍ୟବାଦ ଜଣାଇବା ସହିତ ସେ ଓଡ଼ିଶାକୁ ଏକ ଆଦର୍ଶ ରାଜ୍ୟ ବୋଲି କହିଛନ୍ତି । ସେ ତାମିଲନାଡ଼ୁକୁ ଓଡ଼ିଶା ଭଳି ଗଢ଼ିତୋଳିବାର ସ୍ୱପ୍ନ ଦେଖୁଛନ୍ତି ଏବଂ ପ୍ରତ୍ୟେକ ରାଜ୍ୟ ଓ ସଂସ୍କୃତିରେ ଅନେକ କିଛି ଶିକ୍ଷଣୀୟ ବିଷୟ ରହିଛି ବୋଲି କମଲ୍ କହିଛନ୍ତି । ନିଜ ପ୍ରତିଭା ଓ ଶକ୍ତିର ଉପଯୋଗ କରି ଦେଶର ଉନ୍ନତି କରିବା ପାଇଁ ଯେ ଯୁବପିଢ଼ିଙ୍କୁ ଉପଦେଶ ଦେଇଛନ୍ତି । କହିରଖୁଛୁ ମାତ୍ର ୩ବର୍ଷ ବୟସରେ ଜଣେ ଶିଶୁ କଳାକାର ଭାବେ କମଲ ଅଭିନୟ ଦୁନିଆରେ ପାଦ ରଖିଥିଲେ । ୧୯୬୦ ମସିହାରେ ରିଲିଜ୍ ହୋଇଥିବା ତାଙ୍କର ପ୍ରଥମ ଫିଲ୍ମ ‘କଲାଥୁର୍ କନ୍ନାମା’ ରାଷ୍ଟ୍ରପତି ପୁରସ୍କାର ପାଇଥିଲା ।

Leave a Reply

Your email address will not be published.