ଆଇସିଆଇସିଆଇ ବ୍ୟାଙ୍କ୍‍ର ମହା ଲୋନ୍‍ ଧମାକା: ଗାଡ଼ିଠାରୁ ଆରମ୍ଭ କରି ସୁନା ଋଣର ଅନ୍‍ ଦି ସ୍ପଟ୍‍ ଆପ୍ରୁଭାଲ୍‍

ଭୁବନେଶ୍ୱର, (ଓଟି): ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ “ମହା ଲୋନ ଧମାକା” ଅଭିଯାନ ଆରମ୍ଭ ହୋଇଛି । ଗୁଜରାଟର ବାନସକନ୍ଠା ଜିଲ୍ଲାର ଡୀସା ଠାରୁ ବ୍ୟାଙ୍କ ତରଫରୁ ପ୍ରଥମ ଶିବିର ଆୟୋଜନ କରାଯାଇ ବ୍ୟାଙ୍କ୍‍ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଏମିତି ୨୦୦୦ ଋଣ ମେଳା ଆୟୋଜନ କରାଯିବ । ଏହା ହେଉଛି ଏକ ସ୍ୱତନ୍ତ୍ର ପ୍ରକାର ଶିବିର ଯେଉଁଠାରେ ତକ୍ରାଳ ଋଣ ମଂଜୁର ଓ ଆବଣ୍ଟନ କରାଯିବ । ଏହି ଶିବିରକୁ ଗ୍ରାମାଂଚଳ, ଅର୍ଦ୍ଧ ସହରାଚଂଳରେ ଆୟୋଜନ କରାଯିବ । ବିଭିନ୍ନ କର୍ପୋରେଟ ସଂସ୍ଥା ପରିସରରେ ମଧ୍ୟ ଏହି ଶିବିର ଆୟୋଜନ କରାଯିବ ଯେଉଁଠାରେ ବ୍ୟାଙ୍କର ଗ୍ରାହକ ଓ ବ୍ୟାଙ୍କ ଗ୍ରାହକ ନଥିବା ଲୋକମାନେ ଋଣ ପାଇପାରିବେ ।
ବ୍ୟାଙ୍କ ତରଫରୁ ମହା ଋଣ ଶିବିରରେ ଦୁଇ ଚକିଆ, ଚାରି ଚକିଆ ଯାନ, ଟ୍ରକ, କୃଷି ଉପକରଣ, ଟ୍ରାକ୍ଟର, ବ୍ୟକ୍ତିଗତ ଋଣ, ସୁନା ଋଣ ଓ କିସାନ କ୍ରେଡିଟ କାର୍ଡ ପ୍ରଦାନ କରାଯିବ । ଶିବିର ଆୟୋଜନ କରାଯାଉଥିବା ଆଖପାଖ ଅଂଚଳ, ଗ୍ରାମ ଓ ନଗରର ଲୋକମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ । ବଡ଼ କର୍ପୋରେଟ ସଂସ୍ଥା ପରିସରରେ ଆୟୋଜନ କରାଯିବାକୁ ଥିବା ଶିବିରରେ ସେହିଠାରେ ତକ୍ରାଳ ଗୃହ, ବ୍ୟକ୍ତିଗତ, ଦୁଇ ଚକିଆ, ଚାରି ଚକିଆ ଋଣ ଓ କ୍ରେଡିଟ କାର୍ଡ ମଂଜୁର କରାଯିବ ।
ଏହି ଅଭିଯାନ ବିଷୟରେ ଅନୁପ ବାଗଚି, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ମହା ଋଣ ଧମାକାକୁ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଆନନ୍ଦିତ । ଏହାର ଲକ୍ଷ୍ୟ ହେଉଛି ସାରା ଦେଶରେ ଲୋମାନଙ୍କ ପାଖରେ ସୁବିଧାରେ ଋଣ ପହଂଚାଇବା । ଏହି ଉଦ୍ୟମ ମାଧ୍ୟମରେ ଆମେ ଗ୍ରାମାଂଚଳ, ଅର୍ଧ ସହରାଚଂଳ ଓ କର୍ପୋରେଟ ସଂସ୍ଥାଗୁଡ଼ିକର ବେତନଭୋଗୀ କର୍ମଚାରୀମାନଙ୍କ ପାଖରେ ଆମର ସ୍ୱତନ୍ତ୍ର ତକ୍ରାଳ ଋଣ ମଂଜୁର ଓ ଅନ ଦି ସ୍ପଷ୍ଟ୍ ଆପ୍ରୁଭାଲ୍ ସେବା ପହଂଚାଇବୁ । ଆମର ବିଶ୍ୱାସ ରହିଛି ଯେ ଆମେ ଫାଇନାନ୍ସ ଉପରେ ସ୍ୱତନ୍ତ୍ର ସୁବିଧା, ନିର୍ମାତାଙ୍କ ଠାରୁ ଗାଡ଼ି କିଣିବା ଉପରେ ସ୍ୱତନ୍ତ୍ର ଡିଲ୍ ଏବଂ ବଲିଉଡ ତାରକାଙ୍କୁ ଭେଟିବା ଭଳି ଅନେକ ସୁବିଧା ପ୍ରଦାନ କରିବୁ । ୨୦୨୦ ମାର୍ଚ ଶେଷ ସୁଦ୍ଧା ଆମେ ଏଭଳି ୨୦୦୦ ପାଖାପାଖି ଶିବିର ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛୁ ।’’

Leave a Reply

Your email address will not be published.