ଅଯୋଧ୍ୟା ରାୟ: ପୁରୀ ଶଙ୍କରାଚାର୍ଯ୍ୟଙ୍କ ସ୍ଵାଗତ

ଭୁବନେଶ୍ଵର, (ଓଟି): ଅତୀତରେ ଅଯୋଧ୍ୟା ବିବାଦ ସମ୍ପର୍କରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପିଭି ନରସିଂହା ରାଓଙ୍କ ସହ ଆଲୋଚନା କରି ପରାମର୍ଶ ଦେଇଥିବା ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ସ୍ଵାଗତ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପରାଧୀନ ଭାରତ ବହୁବାର ବିଭିନ୍ନ ବିଦେଶୀ ସମ୍ପ୍ରଦାୟ ଦ୍ଵାରା ଭୂଲୁଣ୍ଠିତ ହୋଇଥିଲା। କିନ୍ତୁ ଭାରତର ସଂସ୍କୁତି ସଦା ସର୍ବଦା ଉଦାରତା ପ୍ରଦର୍ଶନ କରିଆସିଛି। ଯେଉଁଥିପାଇଁ ସ୍ବାଧୀନ ଭାରତରେ ଅନେକ ଭିନ୍ନ ସମ୍ପ୍ରଦାୟ ବ୍ୟକ୍ତିମାନେ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅଭିଷିକ୍ତ ହୋଇପାରିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ମସଜିଦ ସ୍ଥାପନ ପାଇଁ ଅଲଗା ଜମି ଦେବା ନେଇ ଯାହା ନିର୍ଦ୍ଦେଶ ଦେଇଛନ୍ତି ତାକୁ ମୁସଲମାନ ସମ୍ପ୍ରଦାୟ ଉଦାରତାର ସହ ପରିତ୍ୟାଗ କରିବା ଉଚିତ୍। ଅଯୋଧ୍ୟା, କାଶୀ ଓ ବାରାଣାସୀ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଧାର୍ମିକ କ୍ଷେତ୍ର ପରିସରରେ ଆସିଥାଏ। ଏହି ମାମଲାରେ ଅତୀତରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଓ ଅଟଳ ବିହାରୀ ବାଜପେୟୀ ତାଙ୍କ ସହ ପରାମର୍ଶ କରିଛନ୍ତି। ଭାରତର ଐକ୍ୟ ଓ ଭବିଷ୍ୟତ ପାଇଁ ରାଜନେତାମାନେ ଆନ୍ତରିକତା ସହ ଉଦ୍ୟମ କରିବା ଉଚିତ ବୋଲି ପୁରୀ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published.