୫ଟି ଫିଲ୍ମ ସହ ଖିଲାଡ଼ି କୁମାରଙ୍କ ଧମାକା

୨୦୧୮ରେ ଖିଲାଡ଼ି କୁମାର ଅକ୍ଷୟଙ୍କୁ ଅନେକ ସଫଳତା ମିଳିଥିଲାବେଳେ ୨୦୧୯ରେ ସେ ୫ଟି ଫିଲ୍ମ ସହ ବକ୍ସ ଅଫିସ୍ରେ ଧମାକେଦାର୍ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି । ଫିଲ୍ମଗୁଡ଼ିକ ହେଉଛି ‘କେଶରୀ’, ‘ମିଶନ୍ ମଙ୍ଗଲ୍’, ‘ଗୁଡ୍ ନ୍ୟୁଜ୍’, ‘ହାଉସ୍ଫୁଲ୍ ୪’ ଓ ‘ସୂର୍ଯ୍ୟବଂଶୀ’ ।
୧-‘କେଶରୀ’ ଫିଲ୍ମର କାହାଣୀ ‘ବେଟଲ୍ ଅଫ୍ ସରାଗଢ଼ି’ ଉପରେ ଆଧାରିତ, ଯେଉଁଥିରେ ମାତ୍ର ୨୧ ଜଣ ଶିଖ୍ ଯୋଦ୍ଧା ୧୦ ହଜାର ଆଫ୍ଗାନୀ ସୈନିକଙ୍କ ସହିତ ଯୁଦ୍ଧକରି ବିଜୟୀ ହୋଇଥିଲେ । ଏହି ଫିଲ୍ମର ଫିମେଲ୍ ଲିଡ୍ ହେଉଛନ୍ତି ପରିଣୀତି ଓ ଏଥିରେ ଅକି ହାବିଲ୍ଦାର୍ ଈଶ୍ୱର ସିଂଙ୍କ ଭୂମିକାରେ ଅଛନ୍ତି । ଏହା ଆସନ୍ତା ହୋଲିରେ ମୁକ୍ତିଲାଭ କରିବାର ଯୋଜନା ରଖାଯାଇଛି ।
୨- ଆସନ୍ତା ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିବ ‘ମିଶନ୍ ମଙ୍ଗଲ୍’ । ଏଥିରେ ପ୍ରଥମ ମଙ୍ଗଳଯାନ ମହାକାଶକୁ ପ୍ରେରଣ କରାଯିବାର କାହାଣୀକୁ ଦର୍ଶକ ଦେଖିବାକୁ ପାଇବେ । ଅକି ମୁଖ୍ୟ ଭୂମିକାରେ ଥିବାବେଳେ ବିଦ୍ୟା ବାଲାନ୍, ତାପସି ପନ୍ନୁ ଓ ଅନ୍ୟ ୫ଜଣ ଅଭିନେତ୍ରୀ ବିଶେଷ ଭୂମିକାରେ ପରଦା ଉପରକୁ ଆସିବେ ।
୩- କମେଡ଼ି ଫ୍ରାଞ୍ଚାଇଜ୍ ‘ହାଉସ୍‌ ଫୁଲ୍‌’ର ୪ର୍ଥ ସଂସ୍କରଣ ଆସନ୍ତା ଦୀପାବଳିରେ ସିନେମାଘରକୁ ଆସିବ । ଫର୍ହାଦ୍ ସାମ୍ଜିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକି ପ୍ରତିଥର ଭଳି ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିବେ ।
୪- ଅକିଙ୍କର ଚତୁର୍ଥ ଫିଲ୍ମ ଭାବେ ଆସିବ ‘ସୂର୍ଯ୍ୟବଂଶୀ’ । ଏଥିରେ ଅକି ପ୍ରଥମ ଥର ପାଇଁ ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶନାରେ କାମ କରିବାକୁ ଯାଉଛନ୍ତି । ଏହାର ସୁଟିଂ ଆସନ୍ତା ଏପ୍ରିଲ୍ ମାସରୁ ଆରମ୍ଭ ହେବ ଏବଂ ଚଳିତବର୍ଷ ଶେଷ ସୁଦ୍ଧା ଫିଲ୍ମଟି ହଲ୍କୁ ଆସିପାରେ ।
୫- ଖିଲାଡ଼ି କୁମାର ଓ କରିନା କପୁର୍ଙ୍କ ଯୋଡ଼ି ଦେଖିବାକୁ ମିଳିବ ‘ଗୁଡ୍ ନ୍ୟୁଜ୍’ରେ । ଏହା ଚଳିତବର୍ଷ ମଧ୍ୟ ଭାଗରେ ରିଲିଜ୍ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ଅକ୍ଷୟ କୁମାରଙ୍କ ଏହି ୫ଟି ଫିଲ୍ମ ପ୍ରତିଥର ଭଳି ବକ୍ସ ଅଫିସ୍ରେ ଧମାକେଦାର୍ ବ୍ୟବସାୟ କରିବ ବୋଲି ଫିଲ୍ମ ଆନାଲିଷ୍ଟମାନେ ଆଶା ଓ ଆକଳନ କରିଛନ୍ତି ।

Leave a Reply

Your email address will not be published.