ସାର୍ଥକର ନୂଆ ସିନେମା ‘ତୋର ଦିନେକୁ ମୋର ଦିନେ’

0
162
advertisement

ସାର୍ଥକ ମ୍ୟୁଜିକ୍ର ନୂଆ ସିନେମା ‘ତୋର ଦିନେକୁ ମୋର ଦିନେ’ ଆଗାମୀ ଦଶହରାରେ ରିଲିଜ୍‌ ହେବା ଲାଗି ସଜବାଜ ହେଲାଣି। ଏହି ଫିଲ୍ମଟି ଏକ ମଲ‍୍‌ଟି ଷ୍ଟାରର। ପ୍ରତିଭାବାନ ନିଦ୍ଦେର୍ଶକ ସୁଧାଂଶୁ ମୋହନ ସାହୁ ଏହାର ନିଦ୍ଦେର୍ଶନା ଦେଇଛନ୍ତି।

‘ତୋର ଦିନେକୁ ମୋର ଦିନେ’ର ମୁଖ୍ୟ କଳାକାରମାନେ ହେଲେ ଅରିନ୍ଦମ, ଶୀତଲ, ରୀୟା, ଅମ୍ଳାନ, ମିହିର ଦାସ, ରତନ ମେହେର, ଅସିତ ପତି ଓ କୀର୍ତ୍ତି ମହାନ୍ତି ପ୍ରମୁଖ। ଇତି ମଧ୍ୟରେ ଫିଲ୍ମର ସୁଟିଂ ସରିବା ସହିତ ପୋଷ୍ଟ ପ୍ରଡତ୍ତନ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଏହି ଫିଲ୍ମର ସଂଳାପ ଲେଖିଛନ୍ତି ରଣଜିତ ପଟ୍ଟନାୟକ ଓ ଏଥିରେ ସଂଗୀତ ନିଦ୍ଦେର୍ଶନା ଦେଇଛନ୍ତି ମଳୟ ମିଶ୍ର। ଫିଲ୍ମରେ ବାପୁ ଗୋସ୍ୱାମୀ ଓ ମୋହିତ ଚକ୍ରବର୍ତ୍ତୀ ଗୀତ ରଚନା କରିଛନ୍ତି। ଏହି ଆକ୍ସନ‍୍‌ ମୁଭିରେ ଅରିନ୍ଦମ ଓ ଅମ୍ଳାନଙ୍କର ଜବରଦସ୍ତ ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ତେବେ ପୂଜା ବଜାରରେ ଏହା କେତେ ଦୂର ଦର୍ଶକଙ୍କ ଦ୍ୱାରା ଗ୍ରହଣୀୟ ହେଉଛି, ତା’ ଦେଖିବା କଥା।