ସାମ୍ବାଦିକଙ୍କୁ ବାଲି ମାଫିଆଙ୍କ କାର୍‌ ଉପହାର!

0
16

ଝାରସୁଗୁଡ଼ା, (ଓଟି): ଶିଳ୍ପ ନଗରୀ ତଥା ନିକଟରେ ଓଡ଼ିଶାର ଦ୍ଵିତୀୟ ବୃହତ୍‌ ବିମାନ ବନ୍ଦର ପାଇଥିବା ଝାରସୁଗୁଡ଼ାରେ କିଛି ସାମ୍ବାଦିକଙ୍କୁ ଆପ୍ୟାୟିତ କରିବା ଲାଗି ବାଲି ମାଫିଆମାନେ ଚାରିଚକିଆ କାର୍‌ ଉପହାର ଦେଇଛନ୍ତି। ଏନେଇ ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କିଛିଦିନ ପୂର୍ବରୁ ଲଗାତାର ନ୍ୟୁଜ୍‌ କରି ବାଲି ଓ କୋଇଲା ମାଫିଆଙ୍କ ରାସ୍ତାରେ କଣ୍ଟା ହୋଇଥିବା ସାମ୍ବାଦିକ ଏବେ ସେମାନଙ୍କ ସାଙ୍ଗରେ ହାତ ମିଳାଇ ବନ୍ଧୁତ୍ଵ ପାଇଥିବାକୁ କେହି କେହି ବାଘ ହରିଣ ସଙ୍ଗେ ବନ୍ଧୁତା କରିଛି ବୋଲି ଚର୍ଚା  କରୁଛନ୍ତି।

ହ୍ବାଟ୍ସଆପ ଏବଂ ଫେସ୍‌ବୁକ୍‌ରେ ହିନ୍ଦି ଲେଖାରେ ବୁଲୁଥିବା ଏହି ବାର୍ତ୍ତାରେ କୁହାଯାଇଛି ଯେ, ଜିଲ୍ଲାର ତିନିଜଣ ଜଣାଶୁଣା ସାମ୍ବାଦିକଙ୍କୁ ମାଫିଆଙ୍କ ପକ୍ଷରୁ ଦଶହରା ଉପହାର ଭାବେ ମାରୁତି କାର ଦିଆଯାଇଛି। ସେଥିରୁ ଦୁଇଜଣ କାର୍‌ ନେଇଥିବା ବେଳେ ଆଉ ଜଣେ କାର ବଦଳରେ ସମ ପରିମାରଣର ନଗଦ ଟଙ୍କା ନେଇଛନ୍ତି। ପୁଣି ଯେଉଁମାନେ କାର୍‌ ନେଇଛନ୍ତି ସେମାନଙ୍କ ଭିତରୁ ଜଣେ ନିଜର ପୁରୁଣା ଗାଡ଼ିକୁ ବଦଳାଇ ନୂଆ କିଣିଛନ୍ତି ଆଉ ଜଣେ ଡ୍ରାଇଭିଂ ନଜାଣିଥିବାରୁ ନୂଆ କାର୍‌ ପାଇଁ ଜଣେ ଡ୍ରାଇଭର ନିଯୁକ୍ତ କରିଛନ୍ତି।

ଏହି ତିନିଜଣ ସାମ୍ବାଦିକ ତିନି ପ୍ରତିଷ୍ଠିତ ଓଡ଼ିଆ ଖବରକାଗଜ ପାଇଁ ରିପୋର୍ଟିଂ କରୁଥିବା ବୋଲି କୁହାଯାଉଛି ।

ଚର୍ଚା ଅନୁସାରେ ଏହି କାର୍‌ ସବୁ ନଗଦରେ କିଣାଯାଇନାହିଁ। ସବୁଥିପାଇଁ ଫାଇନାନ୍ସ ବ୍ୟବସ୍ଥା ହୋଇଛି। ମାସିକ ଇଏମ୍‌ଆଇ ବା କିସ୍ତୀ ସମ୍ପୃକ୍ତୁ ମାଫିଆ ପକ୍ଷରୁ ଭରଣା କରାଯିବ। ସମ୍ପୃକ୍ତ ଫାଇନାନ୍ସ ଏଜେନ୍ସୀରୁ କଥା ଲିକ୍‌ ହେବା ପରେ ଏବେ ଅବସ୍ଥା ସାଂଘାତିକ ହୋଇଛି।

Loading...