ରେକର୍ଡ଼: ଏକସଙ୍ଗରେ ମହାକାଶକୁ ଭାରତ ପଠାଇଲା ୧୦୪ ଉପଗ୍ରହ

0
77
advertisement

ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ବୁଧବାର ଏକ ବିଶ୍ୱ ରେକର୍ଡ କରିସାରିଛି । ଭାରତ ଏକସଙ୍ଗରେ ୧୦୪ଟି ଉପଗ୍ରହ ମହାକାଶକୁ ଉତକ୍ଷେପଣ କରଛି ।

ସୁବଠାରୁ ଅଧିକ ଉପଗ୍ରହ କରିବାର ରେକର୍ଡ ଏଯାଏ ଋଷ ନାମରେ ରହିଥିଲା । ୨୦୧୪ ମସିହାରେ ଋଷ ଏକାସଙ୍ଗରେ ୩୭ଟି ଉପଗ୍ରହ ଉତକ୍ଷେପଣ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି । ଭାରତ ବୁଧବାର ଏକସଙ୍ଗରେ ୧୦୪ ଉପଗ୍ରହ ଉତକ୍ଷେପଣ କରି ବିଶ୍ୱ ରେକର୍ଡ କରିଛି ।

ବୁଧବାର ସକାଳ ୯.୨୮ ସମୟରେ ପିଏସଏଲଭି-ସି୩୭ରୁ ଏହି ଉପଗ୍ରହଗୁଡିକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ‍୍‌ ସେଣ୍ଟରର ଲଞ୍ଚ ପ୍ୟାଡ-୧ର ଉତକ୍ଷେପଣ କରାଯାଇଛି । ଏହି ଅଭିଯାନରେ ଭାରତର ୩ଟି ଉପଗ୍ରହ, ଆମେରିକାର ୯୬, ଇସ୍ରାଏଲ, କଜାକିସ୍ତାନ, ନେଦରଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ ଏବଂ ୟୁଏଇର ଗୋଟିଏ ଲେଖାଏଁ ଉପଗ୍ରହ ସାମିଲ ହୋଇଛି ।

ପ୍ରଥମେ ୭୧୪ କିଲୋର କାଟୋସାର୍ଟ-୨ ସିରିଜର ଉପଗ୍ରହକୁ ପୃଥିବୀର କକ୍ଷ ପଥରେ ଛଡାଯିବ ଏବଂ ପରେ ୬୬୪ କିଲୋ ବିଶିଷ୍ଟ ଅବଶିଷ୍ଟ ୧୦୩ଟି ନାନୋ ଉପଗ୍ରହକୁ ଛଡାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ନାନୋ ଉପଗ୍ରହଗୁଡିକୁ ସୂର୍ଯ୍ୟ କକ୍ଷ ପଥରେ ଅବସ୍ଥାପିତ କରାଯିବ । ପୂର୍ବରୁ ଏକସଙ୍ଗରେ ୨୭ଟି ଉପଗ୍ରହକୁ ମହାକାଶକୁ ପଠାଇସାରିଛି ଇସ୍ରୋ ।