ଭୁବନେଶ୍ୱରରେ ବଢ଼ୁଛି କୁକୁରଙ୍କ ବଂଶ: ମାସକୁ ୬୦୦ କୁକୁରଙ୍କ ବନ୍ଧ୍ୟାକରଣ କରିବ ବିଏମ୍‍ସି

0
29
advertisement

ଭୁବନେଶ୍ୱର, (ଓଟି): ରାଜଧାନୀ ଭୁବନେଶ୍ୱରରେ କୁକୁରଙ୍କ ବଂଶ ଓ ଦୌରାତ୍ମ୍ୟ ବୃଦ୍ଧି ଏବେ ସହରବାସୀଙ୍କୁ ଆତଙ୍କିତ କରିଛି । ଏ ବିଷୟକୁ ନେଇ ବିଏମ୍‍ର ମୁଣ୍ଡବିନ୍ଧା ଦିନକୁ ଦିନ ବଢ଼ିବାରେ ଲାଗିଛି । କିଛିବର୍ଷ ପୂର୍ବରୁ କୁକୁରଙ୍କ ବନ୍ଧ୍ୟାକରଣ କରିବା ଅଭିଯାନ ଜାରି କରିଥିବା ବିଏମ୍‍ସି ପକ୍ଷରୁ ଏହି ଅଭିଯାନକୁ ଜୋରଦାର କରିବା ଲକ୍ଷ୍ୟ ରଖାଯାଇଛି। ଏହିକ୍ରମରେ ମାସକୁ ୬୦୦ କୁକୁରଙ୍କୁ ଖାସୁ କରାଯିବ । ଯେଉଁ କୁକୁରଙ୍କ ଉପରେ ଅସ୍ତ୍ରୋପଚାର ହେବ ସେମାନଙ୍କୁ ୫ ଦିନ ଲାଗି ଚିକିତ୍ସା ସୁବିଧା ଯୋଗାଇ ଦିଆଯତିବ । ଏକ ସ୍ୱତନ୍ତ୍ର ସ୍ୱାନ ଘରେ ସେମାନଙ୍କୁ ରଖି ଆବଶ୍ୟକ ଚିକିତ୍ସା ଓ ଖାଦ୍ୟ ଦେବା ପରେ ପୁଣିଥରେ କୁକୁରଙ୍କୁ ସେମାନଙ୍କ ସ୍ଥାନକୁ ଫେରାଇ ନିଆଯିବା ବ୍ୟବସ୍ଥା ହୋଇଛି ।

ଗଳିକନ୍ଦି ବୁଲି ବିଏମ୍‍ସିର ପ୍ରାଧୀକୃତ ଟିମ୍‍ କୁକୁର ସନ୍ଧାନ କରିବେ । ଏହି ଟିମ୍‍ରେ ଜଣେ ପ୍ରାଣୀ ଚିକିତ୍ସକଙ୍କ ସମେତ ଦୁଇଜଣ କୁକୁର ଧରାଳୀ ଓ ଜଣେ ଡ୍ରାଇଭର ସାମିଲ୍‍ ରହିବେ । ଦୁଇଟି ବେସରକାରୀ ସଂସ୍ଥା ଯେମିତି ପିପ୍ୟୁଲ୍ସ ଫର ଆନିମଲ ଏବଂ ସ୍ପିକ୍‍ ଫର ଆନିମଲ୍‍ଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହି ଟିମ୍‍ ଦିନକୁ ୩୦ଟି କୁକୁରଙ୍କୁ ଧରି ସେମାନଙ୍କର ବନ୍ଧ୍ୟାକରଣ କରିବେ । ପ୍ରତି ମାସରେ ୨୦ଟି କାର୍ଯ୍ୟଦିବସ ରହିବ ଏବଂ ଏହି ୨୦ ଦିନ ଭିତରେ ୬୦୦ କୁକୁରଙ୍କ ବନ୍ଧ୍ୟାକରଣ କରାଯିବ ବୋଲି ବିଏମ୍‍ସି ପକ୍ଷରୁ ସଳଚନା ମିଳିଛି ।

ପ୍ରାଣୀମାନଙ୍କ ଜନ୍ମ ଉପରେ ନିୟନ୍ତ୍ରଣ ରକ୍ଷା ଲାଗି ଗଠିତ କମିଟିର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହି ବନ୍ଧ୍ୟାକରଣ ଚିକିତ୍ସା ସମୟରେ ଯେମିତି କୁକୁରଙ୍କୁ ଉପଯୁକ୍ତ ଖାଦ୍ୟ ଓ ଟୀକା ମିଳିବ ସେ ବ୍ୟବସ୍ଥା ବି କରାଯାଇଛି । ଏହି କୁକୁରଙ୍କୁ ୫ ଦିନର ଚିକିତ୍ସା ସୁବିଧା ସ୍ୱତନ୍ତ୍ର ସ୍ୱାନ ଘରେ ଦିଆଯିବ । ଯେଉ ଅଞ୍ଚଳରୁ କୁକୁରଙ୍କୁ ଧରାଯାଉଛି ସେହି ଅଞ୍ଚଳ ଅନୁସାରେ ସ୍ୱାନ ଘର ତିଆରି ହେବ । ପ୍ରତିଟି ସ୍ୱାନ ଘରେ ଅତିବେଶୀରେ ୪୦ଟି କୁକୁରଙ୍କୁ ରଖାଯିବ । ଏହି ସମୟରେ ସେମାନଙ୍କ ରକ୍ଷଣାବେକ୍ଷର ଲାଗି ସରକାର ଦିନକୁ ୫୦୦ ଟଙ୍କା କୁକୁର ପିଛା ଖର୍ଚ୍ଚ କରିବେ ।

ପ୍ରାଣୀ ମଙ୍ଗଳ ବୋର୍ଡଙ୍କ ଗଣନା ରିପୋର୍ଟ ୨୦୧୫ ଅନୁସାରେ ଭୁବନେଶ୍ୱରରେ ୪୬୦୦ କୁକୁର ରହିଛନ୍ତି । ଏହି ଅନୁସାରେ ପ୍ରତି ୧୦୦ କୁକୁରରେ ୩ ଜଣ କୁକୁରଙ୍କ ବନ୍ଧ୍ୟାକରଣ କରିବାକୁ ବିଏମ୍‍ସି ନିଷ୍ପତ୍ତି ନେଇଛି ।