ପୂଜାରେ ୪ଟି ଓଡିଆ ଚଳଚ୍ଚିତ୍ର

0
194

ଚଳିତ ପୂଜାରେ ଚାରିଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ବେଶ କିଛି ବର୍ଷ ପରେ ପୁଣି ୪ଟି ଓଡ଼ିଆ ଚଳଚ୍ଚିତ୍ର ଏକା ଅବସରରେ ରିଲିଜ୍‌ ହେବ ବୋଲି କୁହାଯାଉଛି। ଗତବର୍ଷ ପୂଜା ବଜାରରେ ମାତ୍ର ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା।

baby-odia-film

 

 

 

 

 

 

ଏଥର ପୂଜା ବଜାରର ସିନେମା ମଧ୍ୟରେ ରହିଛି ନିର୍ମାତ୍ରୀ ପୂଜା ଭରାଲାୱାଲଙ୍କ “ବେବି’। ପୂର୍ବରୁ ପିଲାଟା ବିଗିଡିଗଲା ଭଳି ସୁପରହିଟ‍୍‌ ଫିଲ୍ମ ନିର୍ମାଣ କରିଥିବା ପୂଜାଙ୍କ “ବେବି’ର ନିଦ୍ଦେର୍ଶନା ଦେଇଛନ୍ତି କେ.ଏମ‍୍‌.କ୍ରୀଷ୍ଣା। ସେ ପୂର୍ବରୁ ରଙ୍ଗିଲା ଟୋକା, କେହି ଜଣେ ଭଲ ଲାଗେରେ,ଗପ ହେଲେ ବି ସତ, ଜଗାହାତରେ ପଘା ଆଦି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି।ଏଥିରେ ଅନୁଭବ ଓ ଝିଲିକ୍ଙ୍କୁ ନାୟକ, ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏତଦ‍୍‌ବ୍ୟତୀତ ପୃଥ୍ୱୀରାଜ ନାୟକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିଦ୍ଦେର୍ଶକ ଓ ଚିନ୍ମୟ ଦାସ ପଟ୍ଟନାୟକ ସଂଳାପ ଲେଖକ।

tora-dine-ku

 

 

 

 

 

 

ପୂଜା ବଜାରରେ ଅନ୍ୟ ଏକ ଫିଲ୍ମ ହେଲା ସାର୍ଥକର “ତୋର ଦିନକୁ ମୋର ଦିନେ’। ସୁଧାଂଶୁ ମୋହନ ସାହୁଙ୍କ ନିଦ୍ଦେର୍ଶିତ ଏହି ଫିଲ୍ମରେ ଅରିନ୍ଦମ,ଅମ୍ଳାନ, ରିୟା, ଶୀତଲ, ମିହିର ଦାସ, ଅସିତ ପତି, କୀର୍ତ୍ତି ମହାନ୍ତି ଓ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ମୁଖ୍ୟ ଭୂମିକାରେ ଦେଖାଦେବେ। ରଣଜିତ୍ ପଟ୍ଟନାୟକ ଏହାର ସଂଳାପ ରଚନା କରିଥିବା ବେଳେ ମଳୟ ମିଶ୍ର ଏଥିରେ ସଙ୍ଗୀତ ନିଦ୍ଦେର୍ଶନା ଦେଇଛନ୍ତି। କହିବା ବାହୁଲ୍ୟ କି “ତୋର ଦିନେକୁ ମୋର ଦିନେ’ ଏକ ଆକସନ‍୍‌ ପ୍ୟାକ୍ଡ ସିନେମା।

45714

 

 

 

 

 

ପୂଜାରେ ମୁକ୍ତିଲାଭ କରିବାକୁ ଥିବା ଅନ୍ୟ ଏକ ଓଡ଼ିଆ ଛବି ହେଉଛି ତରଙ୍ଗ ସିନେ ପ୍ରଡକସନର “ଲଭ୍ ପାଇଁ କୁଛ ଭି କରେଗା’। ଅଶୋକ ପତି ଏହାର ନିଦ୍ଦେର୍ଶନା ଦେଇଛନ୍ତି। ଏହି ଫିଲ୍ମର ସଂଳାପକାର ରଣଜିତ ପଟ୍ଟନାୟକ। ଅଭିଜିତ ମଜୁମଦାର ଏହାର ସଙ୍ଗୀତ ନିଦ୍ଦେର୍ଶକ । ଏଥିରେ ବାବୁସାନ‍୍‌, ନବାଗତ ସୁପ୍ରିୟା , ମିହିର ଦାସ ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ। ଏହା ଏକ ରୋମାଣ୍ଟିକ୍ କମେଡି ଫିଲ୍ମ।

chhati-tale

 

 

 

 

 

ଚତୁର୍ଥ ସିନେମାଟି ହେଲା ମଞ୍ଜରୀ ମୁଭିଜ୍‌ ର “ଛାତି ତଳେ ଡିଂଡଙ୍ଗ’। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି ବ୍ୟାଚଲର‍୍‌, ଯିଏ ଯାହା କହୁ ମୋର ଢୋ, ଗୋଟେ ଶୁଆ ଗୋଟେ ଶାରୀ ଫେମ‍୍‌ ମୃତ୍ୟୁଞ୍ଜୟ ସାହୁ। ବସନ୍ତ ରାଜ ଏହାର ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିଦ୍ଦେର୍ଶନାରେ ଅଛନ୍ତି ମଳୟ ମିଶ୍ର। ଏହି ରୋମାଣ୍ଟିକ୍ କମେଡିରେ ମେନ‍୍‌ ଲିଡ୍ରେ ଅଛନ୍ତି ସବ୍ୟସାଚୀ, ଅର୍ଚ୍ଚିତା, ବର୍ଷା ପ୍ରିୟଦର୍ଶନୀ, ଶକ୍ତି କପୁର ଓ କୀର୍ତ୍ତି ମହାନ୍ତି ପ୍ରମୁଖ।