ପୁଣି ଓଡ଼ିଆ ଫିଲ୍ମରେ ଶକ୍ତି କପୁର

0
176
advertisement

ବଲିଉଡ୍ର ଖ୍ୟାତନାମା ଚରିତ୍ର ଅଭିନେତା ଶକ୍ତି କପୁରଙ୍କୁ ଦର୍ଶକ ଖୁବ‍୍‌ଶୀଘ୍ର ଏକ ଓଡ଼ିଆ ଫିଲ୍ମରେ ଦେଖିବାକୁ ପାଇବେ। ସଂପ୍ରତି ସୁଟିଂ ଚାଲିଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁ ନିଦ୍ଦେର୍ଶିତ ‘ଛାତି ତଳେ ଡିଙ୍ଗ୍ ଡିଙ୍ଗ୍’ରେ ଶକ୍ତି କପୁରରେ ଏକ ମଜାଦାର ଚରିତ୍ରରେ ଅଭିନୟ କରୁଛନ୍ତି। ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ଡାନି ଏଲ‍୍‌ ଡୋଗ୍ରା। ସେ ମୋଟା ଲୋକଙ୍କୁ ପତଳା କରିବା ପାଇଁ ଔଷଧଦିଅନ୍ତି। ଏହି ଧନ୍ଦା ଜରିଆରେ ସେମାନଙ୍କର ଶୋଷଣ କରନ୍ତି ଡାନିଏଲ‍୍‌। ବାକି ଆଉ ସବୁ କଣ କରନ୍ତି, ତାହା ଫିଲ୍ମ ରିଲିଜ୍‌ ହେବାପରେ ଆପଣମାନେ ଜାଣିପାରିବେ। ତେବେ କି ‘ଛାତି ତଳେ ଡିଙ୍ଗ୍ ଡିଙ୍ଗ୍’ ରେ ବଲିଉଡ ଅଭିନେତା ଶକ୍ତି କପୁରଙ୍କଜବରଦସ୍ତ କମେଡି ସାଙ୍ଗକୁ ଭିଲେନ ମଧ୍ୟ ଦେଖିବାକୁ ମିଳିବ।ଏଠାରେ ଉଲ୍ଲେଖଯୋଗ୍ୟ କି ପୂର୍ବରୁ ଶକ୍ତି କପୁର ବିଭୂତି ରାଉତରାୟଙ୍କ ପ୍ରଯୋଜିତ ତଥା ସବ୍ୟସାଚୀ ମହାପାତ୍ରଙ୍କ ନିଦ୍ଦେର୍ଶିତ ହିଟ‍୍‌ ଫିଲ୍ମ ‘ବାହୁଡିବେ ମୋ ଜଗା ବଳିଆ’ରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରି ଓଡ଼ିଆ ସିନେ ଜଗତ ସହ ପରିଚିତ ହୋଇଥିଲେ।