ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ୩୦୦ କୋଟିର ବିନିଯୋଗ ପ୍ରମାଣପତ୍ର ମିଳୁନି

0
176
advertisement

[dropcap]ପ[/dropcap]ଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏପର୍ଯ୍ୟନ୍ତ ୨୬,୨୨୦ଟି ପ୍ରକଳ୍ପ ପାଇଁ ୧୧୪୮ କୋଟି ୮୭ ଲକ୍ଷ ଟଙ୍କାର ମଞ୍ଜୁରି ଦେଇଥିବା ବେଳେ ଏହି ପ୍ରକଳ୍ପଗୁଡ଼ିକ ଲାଗି ୧୧୧୦କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରିସାରିଛି। ତେବେ ଏଥିମଧ୍ୟରୁ ମାତ୍ର ୮୧୬ କୋଟି ୫୫ ଲକ୍ଷ ଟଙ୍କାର ବିନିଯୋଗପତ୍ର ବିକାଶ ପରିଷଦ ପାଖରେ ପହଞ୍ଚିଥିବା ବେଳେ ବାକି ୨୪୯ କୋଟି ୧୪ ଲକ୍ଷ ୪୭ ହଜାର ଟଙ୍କାର ୟୁସି ବିଭିନ୍ନ ସଂସ୍ଥାଠାରୁ ପହଞ୍ଚିନାହିଁ।

 

ଭୁବନେଶ୍ୱର,(ଓଟି): ବଲାଙ୍ଗିର, ସୋନପୁର, ବୌଦ୍ଧ,ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼ ଆଦି ଜିଲ୍ଲାମାନ ଥିବା ବେଳେ ଅନୁଗୋଳର ଆଠମଲ୍ଲିକ ଅଞ୍ଚଳର ବିକାଶ ପାଇଁ ଗଠନ ହୋଇଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । କିନ୍ତୁ ଏହି ପରିଷଦ ଦ୍ୱାରା ପଶ୍ଚିମ ଓଡ଼ିଶା ବିକାଶ ପରିବେର୍ତ୍ତ ଏବେ ବିନାଶ ଚାଲିଛି । ବିକାଶ ପରିଷଦ ଯେଉଁ ଉନ୍ନୟନ କାମ କରୁଛି ତାହା ଠିକଣା ଭାବରେ ହେଉନଥିବାରୁ ପଛ୍ରୁା ଅଞ୍ଚଳର ବିକାଶ ହୋଇପାରୁନି କି ସରକାରଙ୍କଠାରୁ ମିଳୁଥିବା ଅନୁଦାନର ବିନିଯୋଗପତ୍ର ବା ୟୁସି ଦେଇ ହେଉନାହିଁ । ଏବେ ବିକାଶ ପରିଷଦ ୩୦୦ କୋଟି ଟଙ୍କାର ୟୁସି ଦେଇ ପାରିନାହିଁ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏପର୍ଯ୍ୟନ୍ତ ୨୬,୨୨୦ଟି ପ୍ରକଳ୍ପ ପାଇଁ ୧୧୪୮ କୋଟି ୮୭ ଲକ୍ଷ ଟଙ୍କାର ମଞ୍ଜୁରି ଦେଇଥିବା ବେଳେ ଏହି ପ୍ରକଳ୍ପଗୁଡ଼ିକ ଲାଗି ୧୧୧୦କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରିସାରିଛି। ତେବେ ଏଥିମଧ୍ୟରୁ ମାତ୍ର ୮୧୬ କୋଟି ୫୫ ଲକ୍ଷ ଟଙ୍କାର ବିନିଯୋଗପତ୍ର ବିକାଶ ପରିଷଦ ପାଖରେ ପହଞ୍ଚିଥିବା ବେଳେ ବାକି ୨୪୯ କୋଟି ୧୪ ଲକ୍ଷ ୪୭ ହଜାର ଟଙ୍କାର ୟୁସି ବିଭିନ୍ନ ସଂସ୍ଥାଠାରୁ ପହଞ୍ଚିନାହିଁ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନିଜସ୍ୱ ପାଣ୍ଠି ନାହିଁ। ପ୍ରତିବର୍ଷ ରାଜ୍ୟ ସରକାର ନିଜ ପକେଟରୁ ପରିଷଦ ପାଇଁ ଯେଉଁ ବ୍ୟୟବରାଦ କରୁଛନ୍ତି ସେଥିରୁ ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲାଗି ପରିଷଦ ଜିଲ୍ଲା,ବ୍ଲକ ଏବଂ ପୌର ପ୍ରଶାସନ ମାଧ୍ୟମରେ ଅନୁଦାନ ଦେଇଥାଏ।
ଅଞ୍ଚଳଗୁଡ଼ିକରେ ଅପେକ୍ଷାକୃତ ଭାବରେ କମ‌୍‍ ଅଗ୍ରସର ଥିବା କାରଣରୁ ବିକାଶଧାରାରେ ସାମଞ୍ଜସ୍ୟତା ଆଣିବା ଲାଗି ବିକାଶ ପରିଷଦ ଗଠନ କରାଯାଇଛି। ଏଥିରେ ସମ୍ପୃକ୍ତ ଅଞ୍ଚଳ ଲୋକପ୍ରତିନିଧିମାନଙ୍କ ସହିତ ବିଭିନ୍ନ ବିଶେଷଜ୍ଞମାନଙ୍କୁ ସାମିଲ କରାଯାଇଛି।

ପରିଷଦର ସର୍ବାଧିକ ୧୦୨୫ଟି ପ୍ରକଳ୍ପ ଖଡ଼ିଆଳ ଅଞ୍ଚଳରେ ହୋଇଥିବା ବେଳେ ସବୁଠାରୁ କମ ୮୪ଟି ପ୍ରକଳ୍ପ ହୋଇଛି ମୁନିଗୁଡ଼ାରେ। ଅନ୍ୟ ଯେଉଁସବୁ ଅଞ୍ଚଳରେ ୬୦୦ରୁ ଅଧିକ ପ୍ରକଳ୍ପ ହୋଇଛି ସେଥିମଧ୍ୟରେ ଆଠମଲ୍ଲିକ, ଅତାବିରା, ବରଗଡ଼,ଭଟଲୀ, କଣ୍ଟାବାଞ୍ଜି, ଲୋଇସିଂହା, ପାଟଣାଗଡ଼, ଟିଟିଲାଗଡ଼, ବୌଦ, ଦେବଗଡ଼,ଝାରସୁଗୁଡ଼ା, ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ତଳସରା, ରାଉରକେଲା, ରଘୁନାଥପାଲି, ବଣେଇ, ସୁନ୍ଦରଗଡ଼, ବୀରମହାରଜପୁର, ସୋନପୁର, ରେଡାଖୋଲ,କୁଚିଣ୍ଡା ଓ ନୂଆପଡ଼ା ରହିଛି।

ଏହି ପ୍ରକଳ୍ପଗୁଡ଼ିକୁ ଦିଆଯାଇଥିବା ଅର୍ଥରୁ ଅତାବିରାରୁ ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିନିଯୋଗପତ୍ର ମିଳିନଥିବା ବେଳେ ପାଟଣାଗଡ଼ ୧୧, କଣ୍ଟାବାପ୍ତି ୧୦, ଝାରସୁଗୁଡ଼ା ୧୨, ଖଡ଼ିଆଳ ୧୪, ନୂଆପଡ଼ା ଓ ସୋନପୁର ୧୨ କୋଟି ଲେଖାଏଁ ଟଙ୍କାର ବିନିଯୋଗପତ୍ର ମିଳି ନାହିଁ।

ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ କହିବା ଅନୁସାରେ ବିଭିନ୍ନ ଅଞ୍ଚଳର ବିକାଶ ପାଇଁ ଧାରାବାହିକ ଭାବରେ ଆର୍ଥିକ ଅନୁଦାନ ଦିଆଯାଇଥାଏ। ଏନେଇ ପର୍ଯ୍ୟାୟକ୍ରମେ ସମ୍ପୃକ୍ତ ସଂସ୍ଥାମାନେ ବିନିଯୋଗପତ୍ର ଦାଖଲ କରିଥାନ୍ତି। କିଛି ସଂସ୍ଥା ଗତ ଦୁଇ ତିନିବର୍ଷ ହେଲା ତାଙ୍କ ବିନିଯୋଗପତ୍ର ଦାଖଲ କରୁ ନାହାନ୍ତି। ଫଳରେ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଦିଆଯିବାକୁ ଥିବା ଟଙ୍କା ବନ୍ଦ କରାଯାଇଛି। ନିୟମ ଅନୁସାରେ ପ୍ରକଳ୍ପ କାମ ଶେଷ ହେବାର ତିନି ମାସ ମଧ୍ୟରେ ୟୁସି ଦାଖଲ କରାଯିବା କଥା। ମାତ୍ର ଅବହେଳା କାରଣରୁ ସଂସ୍ଥାମାନେ ଏହା ଦଖଲ କରିବାରେ ବିଳମ୍ୱ କରୁଥିବାରୁ ଅଡିଟ ନେଇ ଅସୁବିଧା ହେଉଛି ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏନେଇ ପରିଷଦ ବୈଠକରେ ଏକ ପ୍ରସ୍ତାବ ଖୁବ ଶୀଘ୍ର ପାରିତ କରାଯିବ। ଯେଉଁ ସଂସ୍ଥାମାନେ ବିନିଯୋଗପତ୍ର ଦେଉନାହାନ୍ତି ବା ବିଳମ୍ୱ କରୁଛନ୍ତି ସେମାନଙ୍କୁ କଳାତାଲିକାଭୁକ୍ତ କରାଯିବ ବୋଲି ସେ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।